ଏଥର ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ

ବେଙ୍ଗାଲୁରୁ, ୧୨।୨: ଆଇପିଏଲ୍‌-୨୦୨୨ରେ ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ପ୍ରଥମଥର ଆଇପିଏଲ୍‌ରେ ଅଲଗା ଅଲଗା ଟିମ୍‌ ପକ୍ଷରୁ ଖେଳିବେ। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ଆଇପିଏଲ୍‌ ନିଲାମରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ ପାଇଁ ୮.୨୫ କୋଟିରେ ବିକ୍ରି ହୋଇଛନ୍ତି।

ପଞ୍ଜାବ କିଙ୍ଗ୍ସ କୃନାଲଙ୍କ ପାଇଁ ନିଲାମ ଆରମ୍ଭ କରିଥିଲା। ଏହା ପରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ତାଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଥିଲେ। ଶେଷରେ ଲକ୍ଷ୍ନୌ ତାଙ୍କୁ କିଣିଛି। ଅପରପକ୍ଷେ ହାର୍ଦ୍ଦିକ ୧୫ କୋଟି ମୂଲ୍ୟରେ ନୂଆ ଟିମ୍‌ ଅହମ୍ମଦାବାଦ ଟାଇଟନ୍ସର ଅଧିନାୟକ ହୋଇଛନ୍ତି। ପ୍ରଥମରୁ ଉଭୟ ଗୋଟିଏ ଟିମ୍‌ରୁ ଖେଳି ଆସୁଥିଲେ ହେଁ କୁନାଲଙ୍କୁ କିଣିବା ଲାଗି ଅହମ୍ମଦାବାଦ ଟିମ୍‌ ଆଗ୍ରହ ଦେଖାଇ ନ ଥିଲା।

Share