ବ୍ରିଟେନରେ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ହେବେ ପ୍ରଧାନ ବିଚାରପତି…

ଲଣ୍ଡନ,୧୨।୬ : ବ୍ରିଟେନରେ ଏଥର ନ୍ୟାୟିକ ବ୍ୟବସ୍ଥାର ନିର୍ଦ୍ଦେଶ ଜଣେ ମହିଳା ବିଚାରପତିଙ୍କ ହାତରେ ରହିବ। ଗତ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ପୂର୍ବରୁ କୌଣସି ମହିଳାଙ୍କୁ ଏହି ଗୌରବ ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥର ଇଂଲଣ୍ଡ ଏବଂ ୱେଲ୍ସର ପ୍ରଧାନ ବିଚାରପତି ପଦ ପାଇଁ ଶେଷ ଦୁଇଜଣ ପ୍ରାର୍ଥୀ ମହିଳା ଥିଲେ। ଜଷ୍ଟିସ ସୁ କାର୍‌ ଅପିଲ କୋର୍ଟର ଜଷ୍ଟିସ ହୋଇଥିବାବେଳେ ଭିକ୍ଟୋରିଆ ଶାର୍ପ ଜଣେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ। ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ବ୍ରିଟେନର ପ୍ରଧାନ ବିଚାରପତି ହେବେ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହା ଘୋଷଣା କରାଯିବ। ବ୍ରିଟେନରେ ନ୍ୟାୟପାଳିକା ପ୍ରତିଷ୍ଠା ହେବା ଦିନଠାରୁ ପ୍ରଧାନ ବିଚାରପତି ପଦବୀ ଜଣେ ପୁରୁଷଙ୍କ ପାଖରେ ରହିଆସିଛି।

ପ୍ରଧାନ ବିଚାରପତିଙ୍କ ପଦ ପ୍ରଥମେ ୧୨୬୮ ରେ ସୃଷ୍ଟି ହୋଇଥିଲା। ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ପୁରୁଷ ଏହି ପଦବୀରେ ରହିସାରିଛନ୍ତି। ବର୍ତ୍ତମାନ ଏହି ପୋଷ୍ଟ ପାଇଁ ଭିକ୍ଟୋରିଆ ଶାର୍ପ ଆଗରେ ଅଛନ୍ତି । ତାଙ୍କର ଯାଆଁଳା ଭାଇ ହେଉଛନ୍ତି ପୂର୍ବତନ ଗୋଲ୍ଡମ୍ୟାନ ସାକ୍ସ ଫାଇନାନ୍ସର୍‌ ରିଚାର୍ଡ ଶାର୍ପ। ବୋରିସ ଜନସନଙ୍କ ସହ ବିବାଦ ପରେ ସେ ଗତ ମାସରେ ବିସିସିଆଇର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ।

Share