ବାରଙ୍ଗ,୧୬।୭(ଡି.ଏନ୍.ଏ): ଜୀବଜନ୍ତୁ, ବୃକ୍ଷଲତା, ଆର୍ଦ୍ରଭୂମି ଓ ପରିବେଶ ଉପରେ ଦେଶ-ବିଦେଶର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓ ପୋଷ୍ଟ ଗ୍ରାଜୁଏଟ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ସେମାନଙ୍କ ପୂର୍ବଜ୍ଞାନ ଆହରଣ ପାଇଁ ଓ ପ୍ରାଥମିକ ଶିକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମଥର ପାଇଁ ତାଲିମ ଦିଆଯିବ। ଏ ନେଇ ଇଚ୍ଛୁକ ଛାତ୍ରୀଛାତ୍ର ଚଳିତ ୧୫ତାରିଖରୁ ନନ୍ଦନକାନନ ଓ୍ବେବସାଇଟରେ ଆବେଦନ କରିପାରିବେ। ଏଥିରେ ସର୍ବାଧିକ ୧୦ଜଣ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯିବ। ବର୍ଷକୁ ୪ଟି ପର୍ଯ୍ୟାୟରେ ଏପ୍ରିଲରୁ ଜୁନ, ଜୁଲାଇରୁ ସେପ୍ଟେମ୍ବର, ଅକ୍ଟୋବରରୁ ଡିସେମ୍ବର, ଜାନୁଆରୀରୁ ମାର୍ଚ୍ଚରେ ଛାତ୍ରୀଛାତ୍ରଙ୍କୁ ୩ମାସ ଲେଖାଏ ତାଲିମ ଦିଆଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି।