Categories: ଜାତୀୟ

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର, ସାଧୁ-ସନ୍ଥ ଦେବେ ଭୋଟ୍‌…

ଉତ୍ତରକାଶୀ, ୧୫।୧ : ଉତ୍ତରାଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ସମୁଦ୍ର ପତ୍ତନ ଠାରୁ୩୨,୦୦ ମିଟର ଉଚ୍ଚତାରେ ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି। ଏଠାରେ ମୋଟ ୧୩୭ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧୁ ସନ୍ଥ ରହିଛନ୍ତି। ହିମାଳୟରେ ଥିବା ଗଙ୍ଗୋତ୍ରୀ ଧାମରେ ଏହି ମତଦାନ କେନ୍ଦ୍ର ରହିଛି।

ମତଦାନ କେନ୍ଦ୍ରରେ ୧୦ ମହିଳା ଭୋଟର ମଧ୍ୟ ଅଛନ୍ତି। ଭୋଟରଙ୍କ ସଂଖ୍ୟା କମ୍‌ ଥିବାରୁ ଏଠାରେ ପୂର୍ବରୁ ବିଧାନସଭା ନିର୍ବାଚନରେ ମତଦାନ କେନ୍ଦ୍ର ସ୍ଥାପନ କରାଯାଉ ନ ଥିଲା। ତେବେ ଚଳିତ ଥର ଏଠାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ମତଦାନ କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୧୯ରେ ଲୋକ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଏଠାରେ ମତଦାନ କେନ୍ଦ୍ର ହୋଇଥିଲା। ଭୋଟରମାନେ ଲୋକ ସଭା ନିର୍ବାଚନରେ ନିଜର ଅଧିକାର ସାବ୍ୟସ୍ତ କରିଥିଲେ।

Share