Categories: ଜାତୀୟ

ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ହେବ ଆଇଏନଏସ ବିକ୍ରାନ୍ତ ନୌସେନା କମାଣ୍ଡରଙ୍କ ବୈଠକ…

ନୂଆଦିଲ୍ଲୀ,୫।୩ : ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପାଞ୍ଚ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନାର ବରିଷ୍ଠ କମାଣ୍ଡୋମାନଙ୍କୁ ସମ୍ବୋଧିତ କରିବେ।

ଏହି ସମ୍ମିଳନୀରେ ସୁରକ୍ଷା ସହ ଜଡିତ ସାମରିକ ଏବଂ ରଣନୀତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏହା ବ୍ୟତୀତ ଗତ ୬ ମାସ ମଧ୍ୟରେ କରାଯାଇଥିବା ନୌସେନାର ଅପରେଶନ, ଲଜିଷ୍ଟିକ୍ସ, ଟ୍ରେନିଂ, ମାନବ ସମ୍ବଳ ଏବଂ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ। ସୂଚନାନୁସାରେ, ଏହି ସମୟରେ କମାଣ୍ଡରମାନେ ଭାରତ ମହାସାଗରରେ ଚାଇନାର ବୃଦ୍ଧି ପାଇଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିବେ।

ଆଇଏନଏସ ବିକ୍ରାନ୍ତ ନୌସେନାରେ ଯୋଗଦେବାର ଛଅ ମାସ ବିତିଗଲା । ବର୍ତ୍ତମାନ ଏଥିରେ ନିୟୋଜିତ ହେବାକୁ ଥିବା ଯୁଦ୍ଧ ବିମାନର ପରୀକ୍ଷା ଚାଲିଛି।

ବର୍ତ୍ତମାନ ଆଏନଏସ ବିକ୍ରାନ୍ତରେ ବିମାନ ପରୀକ୍ଷା ଚାଲିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ସ୍ଥାନୀୟ ଭାବରେ ନିର୍ମିତ ହାଲୁକା ଯୁଦ୍ଧ ବିମାନର ଏକ ପ୍ରୋଟୋଟାଇପ ଏବଂ ରୁଷିଆର ମୂଳ ମିଗ -୨୯ କେ ର ନୌସେନା ସଂସ୍କରଣ ପ୍ରଥମେ ବିକ୍ରାନ୍ତରୁ ଉଡ଼ିଥିଲା।

Share