ପ୍ରଥମ ଥର ପାଇଁ କିମ୍‌ଙ୍କ ଝିଅ ସାମ୍ନାକୁ ଆସିଲେ…

ପ୍ୟୋଙ୍ଗୟାଙ୍ଗ,୧୯।୧୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ବିଷୟରେ ଅନେକ ଗୁପ୍ତ କଥା ଅଛି ଯାହା କେହି ଜାଣନ୍ତି ନାହିଁ। ବିଶେଷକରି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ ତଥ୍ୟ ଦୁନିଆକୁ ଜଣା। ତେବେ କିମ୍‌ ଜୋଙ୍ଗ ଉନ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ସାମ୍ନାକୁ ଆସିଛନ୍ତି।

ନ୍ୟୁଜ ଏଜେନ୍ସି କେସିଏନଏ ଶନିବାର ରିପୋର୍ଟ କରିଛି ଯେ ଉତ୍ତର କୋରିଆ ଶୁକ୍ରବାର ଏକ ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିମ୍‌ଙ୍କ ଝିଅ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସେ ତାଙ୍କ ପିତାଙ୍କ ହାତ ଧରି ଠିଆ ହୋଇଥିବାର ନଜର ଆସିଛନ୍ତି। ସେ ଏକ ଧଳା ଜ୍ୟାକେଟ ପିନ୍ଧିଛନ୍ତି।

କିମ୍‌ ଜୋଙ୍ଗ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ତଥ୍ୟ ଲୁଚାଇ ରଖିଛନ୍ତି। ଯଦିଓ ତାଙ୍କ ଝିଅର ଫଟୋ ଦୁନିଆ ସାମ୍ନାକୁ ଆସିଛି, କିନ୍ତୁ ତାଙ୍କ ନାମ ଏପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି। ଆମେରିକାର ଷ୍ଟିମସନ ସେଣ୍ଟରର ଉତ୍ତର କୋରିଆର ନେତୃତ୍ୱ ବିଶେଷଜ୍ଞ କହିଛନ୍ତି ଯେ କିମ୍‌ ଜୋଙ୍ଗଙ୍କ ଝିଅକୁ ପ୍ରଥମ ଥର ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସନର ତିନୋ ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏହାପୂର୍ବରୁ ୨୦୧୩ ରେ ଅବସରପ୍ରାପ୍ତ ତାରକା ଡୋନିସ ରୋଡମ୍ୟାନ କହିଥିଲେ ଯେ କିମ୍‌ ଜୋଙ୍ଗ ଉଙ୍କର ଜୋ ଏ ନାମକ ଜଣେ ଝିଅ ଅଛନ୍ତି।

Share