ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ

ପୁରୀ ଅଫିସ,୧୦ା୭: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତି ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରର ସ୍ଥିତି ପରଖାଯାଇ ମରାମତି କାର୍ଯ୍ୟ ଆରମ୍ଭ ହେବ।

ଏଏସ୍‌ଆଇସ୍ବତନ୍ତ୍ର ଟିମ୍‌ର ତତ୍ତ୍ୱାବଧାନରେ ଲେଜର ସ୍କାନିଂ କରାଯିବ। ଗର୍ଭଗୃହଠାରୁ ଆରମ୍ଭ କରି ଭୋଗ ମଣ୍ଡପ, ନାଟ ମଣ୍ଡପ, ଜଗମୋହନ ଓ ଅନ୍ୟାନ୍ୟ ସ୍ଥାନର ମଧ୍ୟ ମରାମତି କାର୍ଯ୍ୟ କରାଯିବ। ତେବେ ଲେଜର ସ୍କାନିଂ ପରେ ଯେଉଁ ଯେଉଁ ସ୍ଥାନରେ ଫାଟର ସନ୍ଧାନ ମିଳିବ ସେହି ସ୍ଥାନଗୁଡ଼ିକର ମରାମତି କାର୍ଯ୍ୟ କରାଯିବ।

Share