Categories: ରାଜ୍ୟ

ଜଗନ୍ନାଥ ମନ୍ଦିରରେ ବିଭ୍ରାଟ, ସେବାୟତଙ୍କ ବିବାଦ ପାଇଁ ଲାଗିପାରିଲାନି ପତିତପାବନ ବାନା

ପୁରୀ, ୧୨।୦୭: ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସୁଛି । ନିକଟରେ ପହଣ୍ଡି ବେଳେ ବଳଭଦ୍ରଙ୍କ ବିଗ୍ରହ ରଥରୁ ଖସି ତଳକୁ ମୁହଁ ମାଡ଼ି ପଡ଼ିଯିବା ପରେ ବିବାଦ ସୃଷ୍ଟି ହୋଇଥିଲା । କେଉଁ କାରଣରୁ ଏପରି ଘଟଲା ତାହା ତର୍ଜମା କରିବା ପାଇଁ ଏକ ୩ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିଲା । ହେଲେ ଏବେ ପୁଣି ଆଉ ଗୋଟିଏ ବିଭ୍ରାଟ ସାମ୍ନାକୁ ଆସିଛି । ଦଇତାପତି ସେବକ ଏବଂ ଚୁନରା ସେବକଙ୍କ ମଧ୍ୟରେ ବିବାଦ କାରଣରୁ ନୀଳଚକ୍ରରେ ପ୍ରତିଦିନ ସଂଧ୍ୟାରେ ବନ୍ଧାଯାଉଥିବା ବାନା ଆଜି ବନ୍ଧାଯାଇପାରିନାହିଁ ।

ତେବେ ଏହି ଘଟଣାକୁ ଗୁରୁତ଼୍ବର ସହ ନେଇ ନୀଳଚକ୍ରରେ ବାନା ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେବାୟତଙ୍କ ମଧ୍ୟରେ ବିବାଦ ତୁଟିନଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଡ଼ୁଥିବା ହଳଦିଆ ବାନା ସ୍ଥାନରେ ୧ ନମ଼୍ବରରେ ଲାଲ୍‌ ବାନା ବନ୍ଧାଯାଇଛି ।

Share