୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…

ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି। ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି ଚାଇନାର ଦ୍ୱିତୀୟ ସର୍ବନିମ୍ନ ଜିଡିପି ଅଭିବୃଦ୍ଧି ହାର। ସେହି ସମୟରେ ଆର୍ଥିକ ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା। ଫଳରେ ଚାଇନାର ଅର୍ଥନୀତି ଟଳମଳ ହେବାରେ ଲାଗିଛି।

ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ୨୦୨୨ ମସିହାରେ ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧,୨୧,୦୨୦ ବିଲିୟନ ୟୁଆନ (୧୭,୯୪୦ ବିଲିୟନ ଡ଼ଲାର୍‌) ରେ ପହଞ୍ଚିଛି। ଯାହା ୨୦୨୧ ରେ ୧,୧୪,୩୭୦ ବିଲିୟନ ୟୁଆନ ଥିଲା । ରିପୋର୍ଟ ଅନୁଯାୟୀ, ଚାଇନାର ଜିଡିପି ଅଭିବୃଦ୍ଧି ହାର ସରକାରୀ ଲକ୍ଷ୍ୟଠାରୁ ୫.୫ ପ୍ରତିଶତ ତଳେ ରହିଛି। ଏଥି ସହିତ ସରକାର କହିଛନ୍ତି ଯେ ବର୍ତ୍ତମାନର ସଂକ୍ରମଣର ଲହର ଅତିକ୍ରମ କରିସାରିଛି।

ଏହାପୂର୍ବରୁ ୧୯୪୭ ମସିହାରେ ଚାଇନାର ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡଲାର ମୂଲ୍ୟରେ ଚଳିତ ବର୍ଷ ଚାଇନା ଜିଡିପି ହାର ୨୦୨୧ ମସିହାରେ ୧୮,୦୦୦ ବିଲିୟନ ଡ଼ଲାରରୁ ୧୭,୯୪୦ ବିଲିୟନ ଡ଼ଲାରକୁ ଖସି ଆସିଛି। ଚାଇନାର ମୁଦ୍ରା (ଆରଏମବି) ବିରୋଧରେ ଡଲାର ମଜବୁତ ଯୋଗୁ ଏହା ହେଉଛି।

୨୦୨୩ ମସିହାରେ ଚାଇନା ପାଇଁ ୪.୩ ପ୍ରତିଶତ ଅଭିବୃଦ୍ଧି ହାର ବିଶ୍ୱ ବ୍ୟାଙ୍କ ଆକଳନ କରିଛି। ପୂର୍ବ ଅଭିବୃଦ୍ଧି ହାରଠାରୁ ଏହା ବହୁତ କମ ଅଟେ। ଚାଇନାର ମନ୍ଥରତା ତୈଳ, ଖାଦ୍ୟ, ଉପଭୋକ୍ତା ସାମଗ୍ରୀ ଏବଂ ଅନ୍ୟାନ୍ୟ ଆମଦାନୀ ପାଇଁ ଚାହିଦା ହ୍ରାସ କରି ଏହାର ବାଣିଜ୍ୟ ଭାଗୀଦାରୀଙ୍କୁ କ୍ଷତି ପହଞ୍ଚାଇଛି। ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ସୁଧ ହାର ବୃଦ୍ଧି ପରେ ଆମେରିକା ଏବଂ ୟୁରୋପୀୟ ଚାହିଦା ହ୍ରାସ ପାଇଛି।

Share