ନୂଆଦିଲ୍ଲୀ,୧୨।୧୧ : ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଥର ପାଇଁ ଥରିଛି। ଶନିବାର ସନ୍ଧ୍ୟା ୭ଟା ୫୭ରେ ଦିଲ୍ଲୀ ଏନସିଆର୍ ସମେତ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିଲା ବୋଲି ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ, ବିଜନୌର ସହିତ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୁତ ହୋଇଛି।