Categories: ଜାତୀୟ

ବିହାର ନିର୍ବାଚନ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କୁ ଧୋକା ଦେଲା ହେଲିକପ୍ଟର

ମୁଜାଫରପୁର,୩୦ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ହୁଏତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସପକ୍ଷରେ ଯାଉନାହିଁ ତାଙ୍କ ହେଲିକପ୍ଟର । ଯାହା ଏବେ ତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଜିକୁ ଠିକ୍ ୧୨ ଦିନ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିବା ରବିଶଙ୍କର ପ୍ରସାଦଙ୍କ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଭାଗ୍ୟଭଲ ସେତେବେଳେ ରବିଶଙ୍କର ସେହି ହେଲିକପ୍ଟରରେ ନ ଥିଲେ । ଏବେ ପୁଣିଥରେ ଶୁକ୍ରବାର ସେ ନିର୍ବାଚନ ପ୍ରଚାର ପାଇଁ ବାହାରିବା ସମୟରେ ତାଙ୍କ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରଟି ଦେଖାଯିବାରୁ ପାଟନା ବିମାନ ବନ୍ଦରରେ ଏହାକୁ ଅଟକାଇ ଦିଆଯାଇଥିଲା । ଏହା ଦେଖିବା ପରେ କୁହାଯାଉଛି କି ରବିଶଙ୍କରଙ୍କ ହେଲିକପ୍ଟର ପୁଣିଥରେ ତାଙ୍କୁ ଧୋକା ଦେଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ମନୋଜ ତିୱାରୀଙ୍କ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଏହା ଆକାଶମାର୍ଗରେ ପାଖାପାଖି ଅଧଘଣ୍ଟା କାଳ ଘୁରି ବୁଲିଥିଲା । ପରେ ଏହାକୁ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।

Share