Posted inଫୁରସତ

ମାଟି ପାଇଁ ପଦେ

ମାଟି, ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ, ଯାହା ଉପରେ ମଣିଷ ନିଜ ମୌଳିକ ଆବଶ୍ୟକତାକୁ ପୂରଣ ପାଇଁ ନିରନ୍ତର ଜାରି ରଖେ ସଂଘର୍ଷ। ଆରମ୍ଭରୁ ମାଟି ହିଁ ଜୀବଜଗତ ପାଇଁ ସାହାରା ପାଲଟିଛି…
ମାଟି ଏକ ମାଧ୍ୟମ ଯାହା କି ଖଣିଜଲବଣ,ପାଣି, ବାୟୁ, ଜୈବିକ ପଦାର୍ଥ ତଥା ଅଣୁଜୀବଙ୍କ ସମାହାରରେ ଗଠିତ। କହିବାକୁ ଗଲେ ଏହି ୫ଟି ଉପାଦାନକୁ ନେଇ ମାଟିର ସଂଜ୍ଞା ନିରୂପଣ କରାଯାଏ।
ଖଣିଜଲବଣ- ମୃତ୍ତିକା ଗଠନରେ ଖଣିଜଲବଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଶତକଡ଼ା ୪୫ ରୁ ୪୯ ଭାଗ ଖଣିଜଲବଣକୁ ନେଇ ମାଟିର ଗଠନ କରାଯାଇଥାଏ।
ପାଣି- ଏହା ଦ୍ୱିତୀୟ ମୁଖ୍ୟ ଉପାଦାନ। ମୃତ୍ତିକାର ଜଳଧାରଣ କ୍ଷମତା ଉପରେ ଫସଲର ଉପତ୍ାଦନ ହାର ନିର୍ଭର କରେ। ଯେଉଁ ମାଟିର ଜଳଧାରଣ କ୍ଷମତା ଅଧିକ ସେ ମାଟିରେ ଚାଷ କାମ ଭଲ ହୋଇଥାଏ।
ଜୈବିକ ପଦାର୍ଥ- ମାଟିରେ ଜୈବିକ ପଦାର୍ଥ ଅନ୍ୟ ଏକ ଉପାଦାନ ଭାବେ ବିଦିତ। ଜୈବିକ ପଦାର୍ଥ ଯେକୌଣସି ପଚିଥିବା କିମ୍ବା ସଢ଼ିଥିବା ଗଛ ବା ପଦାର୍ଥରୁ ପ୍ରସ୍ତୁତ ହୋଇପାରେ। ଯେଉଁ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ ସେଥିରେ କାଟାୟନ ଏକ୍ସଚେଞ୍ଜ କାପାସିଟି ଅଧିକ ଥାଏ। ସୁତରାଂ ସେଇ ମାଟିରେ ଭଲ ଭାବରେ ଫସଲ ଉପତ୍ାଦନ କରାଯାଇଥାଏ।
ବାୟୁ – ପାଣି ପରି ମାଟି ଭିତରେ ବାୟୁର ଆବଶ୍ୟକତା ବି ସେତିକି ଗୁରୁତ୍ୱପୂର୍ଣ୍ଣ। କାରଣ ଗଛର ଚେର ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ଠିକ ସେମିତି ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମାଟି ତଳେ ନାଇଟ୍ରୋଜେନ ଫିକ୍ସିଂ ବ୍ୟାକ୍ଟେରିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଣୁଜୀବ- ଯଦିଓ ମାଟି ମଧ୍ୟରେ ଅଣୁଜୀବ ଅଧିକ ପରିମାଣରେ ଦେଖାଯାଆନ୍ତି। ପରନ୍ତୁ ମୃତ୍ତିକା ଗଠନରେ ଏମାନେ ସେଭଳି ବିଶେଷ ଭୂମିକା ଗ୍ରହଣ କରନ୍ତି ନାହିଁ। ସର୍ବେକ୍ଷଣରୁ ଜଣାପଡ଼ିଛି ମୃତ୍ତିକାର ଉପର ସ୍ତରରେ ପାଖାପାଖି ୨୦୦୦୦ରୁ ଅଧିକ ଅଣୁଜୀବ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଜିଆ ଓ ସୂତ୍ରକୃମିଙ୍କ ସଂଖ୍ୟା ଅଧିକ। ଜୈବ ପଦାର୍ଥ ବିଘଟନରେ ଅଣୁଜୀବ ମୁଖ୍ୟ ଭୂମିକା ନେଇଥାନ୍ତି।
ମୃତ୍ତିକା କ୍ଷୟ କାରଣରୁ ଏବେ ମୃତ୍ତିକାର ଗଠନରେ ମଧ୍ୟ ସାମଞ୍ଜସ୍ୟ ରହେ ନାହିଁ। ତେବେ ଏଥିପାଇଁ ପ୍ରମୁଖ କାରଣ ହେଲା – ଜଙ୍ଗଲ କ୍ଷୟ , ପ୍ରାଣୀଙ୍କର ଅତ୍ୟଧିକ ଚରିବା ପାଇଁ ମାଟିକୁ ବ୍ୟବହାର, ବର୍ଷା ପାଣି ସଂରକ୍ଷଣ ନ ହୋଇପାରିବା, କଳକାରଖାନାର ବର୍ଜ୍ଜ୍ୟ ତଥା ଦୂଷିତ ପାଣି ମାଟିରେ ମିଶିବା ଏମିତି ଅନେକ। ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି। ଯଦି ଏଭଳି ଚାଲେ ତେବେ ଆଉ କିଛିବର୍ଷ ପରେ ଅବସ୍ଥା କ’ଣ ହେବ?
କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ ବି କରିଛନ୍ତି। ନିକଟରେ ଜଳସେନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା। କିନ୍ତୁ ମୃତ୍ତିକା ସଂରକ୍ଷଣ ଲାଗି ସେମିତି ଯୋଜନା କାହିଁ? ମୃତ୍ତିକା ସଂରକ୍ଷଣ ପାଇଁ ନୂତନ ବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି। ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଇପାରନ୍ତି, ତେବେ ସୁଫଳ ମିଳିବାର ସମ୍ଭାବନା ଅଧିକ।
ତେଣୁ ଏବେ ମାଟି ପାଇଁ ଟିକେ ଚିନ୍ତା କରିବାର ସମୟ ଆସିଛି। କୁହାଯାଏ ଯେ ମାଟି ହେଉଛି ଆମର ମା’ ଆଉ କୃଷିର ଆରମ୍ଭ ମାଟିରୁ। କିନ୍ତୁ ଆଜି ସେଇ ମାଟି ପ୍ରଦୂଷିତ ଓ ଅନୁର୍ବର। ପ୍ରବଳ ମାତ୍ରାରେ ରାସାୟନିକ ସାରର ବ୍ୟବହାର ଆଜି ମାଟି ମା’ କୁ ନଷ୍ଟ କରିଦେଇଛି। ତେବେ ନିଜେ ସଜାଗ ହେଲେ ସବୁକିଛି ସୁଧୁରିବ ବୋଲି ଆଶା।

– ଡ଼ି ଶୁଭମ୍‌
କୃଷି ସ୍ନାତକୋତ୍ତର, ମୃତ୍ତିକା ବିଜ୍ଞାନ, ସୋଆ, ଭୁବନେଶ୍ୱର, ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri