ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ ୪୨ ନଂ ର଼୍ୟାଙ୍କରେ ପାସ୍‌ କରିଛନ୍ତି। ସେ ସମଗ୍ର ଓଡ଼ିଶା ସମେତ ଗଞ୍ଜାମ ଜିଲା ଓ ପୁରୁଷୋତ୍ତମପୁର ଲାଗି ଗୌରବ ଆଣିଛନ୍ତିା ସେ ପ୍ରତିରକ୍ଷା ବିଭାଗରେ ଲେଫ୍ଟନାଣ୍ଟ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ବେଳେ ଆସନ୍ତା ୭ ତାରିଖରେ ଦେହରାଡୁନ ଠାରେ ଥିବା ଆଇଏମ୍‌ଏ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେବାଲାଗି ଯୋଗଦେବେ। ଭୂବନେଶ୍ବର ଆଇଆଇଟିରୁ ଇଲେକ୍ଟିକାଲ ଓ ଇଲୋକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ ସେ ଦେଶସେବା କରିବାର ଲକ୍ଷରଖି ୨୦୨୨ରୁ ସଂଘର୍ସ ଜାରି ରଖିଥିଲେ। ବର୍ତ୍ତମାନ ସେ ଏହି ସଫଳତା ପାଇଛନ୍ତି। ସେ ପୂର୍ବତନ ତହସିଲଦାର ସ୍ବର୍ଗତ ବିପ୍ରଚରଣ ଦାଶଙ୍କ ନାତି ଓ ବାୟୁସେନାର ଅବସରପ୍ରାପ୍ତ ୱାରେଣ୍ଟ ଅଫିସର ଲଳିତେନ୍ଦୁ ଦାଶଙ୍କ ପୁଅ । ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପା, ମା’ ଓ ପରିବାର ଗୁରୁଜନମାନଙ୍କୁ ଦେଇଛନ୍ତି। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି।

Share