ଗୁରୁଗ୍ରାମ, ୮।୯: ହରିୟାଣାର ଗୁରୁଗ୍ରାମରେ ଜଣେ ୯୪ ବର୍ଷୀୟା ବୃଦ୍ଧା ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସିଆର୍ପିସି ଧାରା ୧୭୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଅବସରରେ ପୋଲିସକୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଯେଉଁଥିରେ ବୃଦ୍ଧାଜଣଙ୍କ ଉଲ୍ଲେଖ କରିଛନ୍ତି ଯେ, ସେ ନିଜର ବୟସାଧିକ ସମସ୍ୟା ଲାଗି ସେ ବିବ୍ରତ ଥିଲେ। ଯେଉଁଥି ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି। ବୃଦ୍ଧାଜଣଙ୍କ ଯେତେବେଳେ ଆତ୍ମହତ୍ୟା କରିଥିଲେ ସେତେବେଳେ ତାଙ୍କ ପୁଅ ବାହାରକୁ ଯାଇଥିବାବେଳେ ବୋହୂ ଅନ୍ୟ ରୁମ୍ରେ ଥିଲେ। ପ୍ରାଥମମିକ ତଦନ୍ତରୁ ପୋଲିସ ଏହା ଏକ ଆତ୍ମହତ୍ୟା ବୋଲି ଜାଣିବାକୁ ପାଇଛି। ବୃଦ୍ଧାବସ୍ଥା ଲାଗି ଚଳିବାରେ ଅସୁବିଧା ହେଉଥିବା ଯୋଗୁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।