କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍‌ମାନ ଚାହୁଁଥିଲେ ପ୍ରତିଶୋଧ

ଭାଇଜାନ୍‌ ସଲ୍‌ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍‌ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ ସମ୍ପର୍କ ରହିଛି। କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସଲ୍‌ମାନ ଶକ୍ତିଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ସଲ୍‌ମାନ ଶକ୍ତିଙ୍କୁ ମଧ୍ୟ କହିଥିଲେ ଯେ, ସେ ତାଙ୍କ ପିଲାମାନଙ୍କୁ ରାସ୍ତାରେ ନଚାଇବେ।
ଯଦିଓ ବଲିଉଡ୍‌ର ଭାଇଜାନଙ୍କୁ ନିଜ ଇସାରାରେ ନଚାଇବା ସମ୍ଭବ ନୁହେଁ, କିନ୍ତୁ ଶକ୍ତି ଏହା କରିଥିଲେ। ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ ସମୟରେ ଶକ୍ତି କହିଥିଲେ, ସଲ୍‌ମାନ ଛୋଟ ଥିବାବେଳେ ସେ ତାଙ୍କୁ ନଚାଇଥିଲେ। ସେ କହିଥିଲେ, ‘ଯେତେବେଳେ ସଲ୍‌ମାନ ପିଲାଥିଲେ, ସେହି ସମୟରେ ତାଙ୍କ ବାପା ସଲିମ ଖାନ ଆଉ ମୁଁ ବାଲକୋନୀରେ ବସି ଏକ ପେଗ୍‌ ଲଗାଉଥିଲୁ। ପରେ, ସଲମାନ, ଅରବାଜ ଏବଂ ସୋହେଲଙ୍କୁ ଡାକି ନାଚିବାକୁ କହିଥିଲି।’
ଶକ୍ତି କପୁର ଆହୁରି କହିଛନ୍ତି,‘ସଲ୍‌ମାନ ମୋତେ ଥଟ୍ଟା କରି କହୁଥିଲେ, ଛୋଟବେଳେ ଆମକୁ ବହୁତ କଷ୍ଟ ଦେଇଥିଲ। ବର୍ତ୍ତମାନ ମୁଁ ତୁମ ପିଲାମାନଙ୍କୁ ରାସ୍ତାରେ ନଚାଇବି’। ଶକ୍ତି କପୁର ଆହୁରି କହିଛନ୍ତି, ‘ସଲମାନ ମୋର ଦୁଇ ଝିଅ ଶ୍ରଦ୍ଧା ଏବଂ ସିଦ୍ଧିଙ୍କ ସହ ଅତି ନିକଟତର’।

Share