କେବଳ ଏହି କାରଣ ପାଇଁ ହ୍ରିତିକ୍‌ଙ୍କ ସହ କଥା ହେଉ ନ ଥିଲେ ଶାହାରୁଖ

୨୦୦୧ରେ କରଣ ଜୋହରଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ‘କଭି ଖୁସି କଭି ଗମ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ପାରିବାରିକ ସମ୍ପର୍କକୁ ନେଇ ଆଧାରିତ ଥିଲା। ଅନ୍ୟପକ୍ଷରେ ଫିଲ୍ମ ସେଟ୍‌ରେ ଆଦୌ ପାରିବାରିକ ମାହୋଲ ନ ଥିଲା। ଶାହାରୁଖ, କାଜଲ, ଜୟା ଏବଂ ଅମିତାଭ ଭଳି ବଡ କଳାକାର ଶୁଟିଂ ସେଟ୍‌ରେ ଅଭିନେତା ହ୍ରିତିକ ରୋଶନଙ୍କ ସହ କଥା ହେଉ ନଥିଲେ। କରଣ ଜୋହର ତାଙ୍କ ପୁସ୍ତକ ‘ଆନ୍‌ ଅନ୍‌ ସୁଇଟେବଲ ବୟ’ ରେ ପ୍ରକାଶ କରିଛନ୍ତି, ଶାହରୁଖ, ଅମିତାଭ, ଜୟା ଏବଂ କାଜଲ ହ୍ରିତିକଙ୍କଠାରୁ ଦୂରେଇ ରହୁଥିଲେ ଯାହା ତାଙ୍କୁ ଆଦୌ ଭଲ ଲାଗୁ ନ ଥିଲା। ଏହା ପଛର କାରଣ ହେଉଛି ହ୍ରିତିକଙ୍କ ଫିଲ୍ମ ‘କହୋ ନା ପ୍ୟାର ହୈ’ ସୁପରହିଟ୍‌ ହେବା। କୁହାଯାଏ ଯେ, ହ୍ରିତିକଙ୍କ ଫିଲ୍ମ ‘କହୋ ନା ପ୍ୟାର ହୈ’ ସଫଳତା ପରେ ତାଙ୍କୁ ସୁପରଷ୍ଟାର କୁହାଯାଉଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କୁ ଶାହାରୁଖଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ। କରଣ ତାଙ୍କ ପୁସ୍ତକରେ ଲେଖିଛନ୍ତି, ‘ଏହା ଅନ୍ୟାୟ ଥିଲା କାରଣ ହ୍ରିତିକ ବହୁତ ସାନ ଥିଲେ ଏବଂ ଶାହରୁଖ ଏତେ ବଡ ଷ୍ଟାର ଥିଲେ। କିନ୍ତୁ ଏହା ଏକ ସମୟ ଥିଲା ଯେତେବେଳେ ଶାହରୁଖଙ୍କ ଗୋଟିଏ କିମ୍ବା ଦୁଇଟି ଫିଲ୍ମ ଫ୍ଲପ ହୋଇଯାଇଥିଲା ।

ଏହା ପ୍ରକୃତରେ ଦୁଖଦାୟକ ଥିଲା। ବଚ୍ଚନଙ୍କ ସହ ତାଙ୍କର ପକଡ଼ୁନଥିଲା। ଶାହାରୁଖ ଓ କାଜଲ ମଧ୍ୟ ଦୂରେଇ ରହୁଥିଲେ।

Share