Categories: ଜାତୀୟ

ଏହି କାରଣରୁ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା ହେଲା

ପୁନେ, ୧୮।୮: ପୁନେ ଜନସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା। ପ୍ଲାଟ୍‌ଫର୍ମ ଟିକେଟ୍‌ର ଏଭଳି ମୂଲ୍ୟକୁ ନେଇ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟୀକରଣ ରଖାଯାଇଛି। ଇଣ୍ଡିଆନ ରେଲ୍‌ଓ୍ବେ ପକ୍ଷରୁ କୁହାଯାଇଛି, କରୋନା ମହାମାରୀ ସମୟରେ ଷ୍ଟେସନରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଛି। ଅନାବଶ୍ୟକ ଭାବେ ବହୁ ଲୋକ ଷ୍ଟେସନ ଆସୁଥିବାରୁ ଏଥିରେ ରୋକ୍‌ ଲଗାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ଆରମ୍ଭରୁ ଟିକେଟ୍‌ ମୂଲ୍ୟ ବୃଦ୍ଧି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ନିକଟରେ ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, କଂଗ୍ରେସ ଶାସନ ସମୟରେ ପ୍ଲାଟ୍‌ ଫର୍ମ ଟିକେଟ୍‌ ମୂଲ୍ୟ ୩ ଟଙ୍କା ରହିଥିବାବେଳେ ବର୍ତ୍ତମାନ ବିଜେପି ସରକାର ଏହାକୁ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଦିଗ୍‌ବିଜୟଙ୍କ ଏହି ଟୁଇଟ୍‌ ପରେ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ପ୍ଲାଟ୍‌ ଫର୍ମ ଟିକେଟ୍‌ ମୂଲ୍ୟ ବୃଦ୍ଧିର ସ୍ପଷ୍ଟୀକରଣ ରଖାଯାଇଛି।

Share