ପୁଅର ପର୍ନ କଲେକ୍ସଶନ୍‌ ଫୋପାଡ଼ିବାରୁ ବାପାଙ୍କୁ ଏଭଳି ଦଣ୍ଡାଦେଶ

ମିଚିଗାନ,୩୦।୮: ପୁଅର ପର୍ନ କଲେକ୍‌ଶନ(ସଂଗ୍ରହ) ଫୋପାଡ଼ିବା ବାପାଙ୍କୁ ମହଙ୍ଗା ପଡ଼ିଛି। ବାପାଙ୍କୁ କ୍ଷତିପୂରଣ ବାବଦକୁ ୨୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଭଳି ଘଟଣା ଘଟିଛି ଆମେରିକାର ମିଚିଗାନ ସହରରେ।

ମିଳିିଥିବା ସୂଚନା ମୁତାବକ, ଜିଲା କୋର୍ଟର ବିଚାରପତି ପଲ ମାଲୋନି ପ୍ରାୟ ୮ ମାସର ବ୍ୟବଧାନ ପରେ ଏମିତି ନିଷ୍ପତ୍ତି ଶୁଣାଇଛନ୍ତି। ୪୩ ବର୍ଷୀୟ ପୁଅ ଡେଭିଡ୍‌ ରେକିଙ୍ଗ୍‌ ତାଙ୍କ ପରିବାର ବିରୋଧରେ ଆଣିଥିବା ଅଭିଯୋଗରେ ଦର୍ଶାଇଥିଲେ ଯେ, ମୁଁ ସଂଗ୍ରହ କରିଥିବା ସିନେମା, ମ୍ୟାଗାଜିନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଫିଙ୍ଗିବାର ଅଧିକାର ମୋ ପରିବାରର ନାହିଁ। ଏସବୁର ମୂଲ୍ୟ ୨୧ ଲକ୍ଷରୁ ଊର୍ଦ୍ଧ୍ୱ ହେବ।

ଡିଭୋର୍ସ ପରେ ଡେଭିଡ୍‌ ତାଙ୍କ ବାପା, ମା’ଙ୍କ ସହ ରହୁଥିଲେ। କିଛିଦିନ ପାଇଁ ସେ ବାହାରକୁ ଯାଇଥିଲେ। କିନ୍ତୁ ଫେରିବା ପରେ ତାଙ୍କ ବ୍ୟକ୍ତିଗତ ସାମଗ୍ରୀ ମିଳି ନ ଥିଲା। ଏଥି ଲାଗି ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ପଲ ବିଶେଷଜ୍ଞଙ୍କ ସହ କଥା ହୋଇ ଏକ ନିର୍ଦ୍ଦିଷ୍ଚ କ୍ଷତିପୂରଣ ସ୍ଥିର କରିବେ ବୋଲି ଜଣାଇଛନ୍ତି।

Share