ଛତ୍ରପୁର,୧୦।୫(ଡି.ଏନ୍.ଏ.): ବାତ୍ୟା ଅସାନି ଲାଗି ଗଞ୍ଜାମ ଜିଲାର ସମସ୍ତ ସମୁଦ୍ର ବେଳାଭୂମିକୁ ମଙ୍ଗଳବାର ଓ ବୁଧବାର ୨ ଦିନ ଲାଗି ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ଏସ୍ଆରସି ପ୍ରଦୀପ ଜେନା ଏସମ୍ପର୍କରେ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି।