ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର):ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଏମ୍ପି ଭର୍ତ୍ତୃହରି ମହତାବ ଟାର୍ଗେଟ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସମସ୍ତଙ୍କୁ ଜେଲ୍ରେ ପଠାଇଲେ ଜେଲର କଠୋରୀ ଅଭାବ ପଡିବ । ଅଳିଆ ହଟାଇବାକୁ ପଡିବ । ତେଣୁ ଆସନ୍ତା ବଜଟେର ଜେଲ ବିଭାଗ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ଆବଶ୍ୟକତା ଅଛି ବୋଲି ମହତାବ କହିଛନ୍ତି ।