କାହା ପାଇଁ ହୋଇଥିଲା ଅମିରଙ୍କ ଛାଡ଼ପତ୍ର, ଖୁଲାସା କଲେ ଅଭିନେତା

ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ଆଜି ୫୭ତମ ଜନ୍ମ ଦିନ। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ଅମିର ନିକଟରେ ତାଙ୍କ ଦିତ୍ୱୀୟ ସ୍ତ୍ରୀ କିରଣ ରାଓଙ୍କ ସହ ୧୫ବର୍ଷର ସମ୍ପର୍କକୁ ଶେଷ କରିଥିଲେ। ପାରସ୍ପରିକ ସମ୍ମତି ସହିତ ଦୁହେଁ ଅଲଗା ହୋଇଥିବା କୁହାଯାଉଥିବା ବେଳେ ଅମିରଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବାରୁ ଛାଡପତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ ନିକଟରେ ଏକ ସାକ୍ଷାତକାରରେ ଅମିର ଏ ବିଷୟରେ କହିଥିଲେ, ଦିତ୍ୱୀୟ ସ୍ତ୍ରୀ କିରଣ ରାଓଙ୍କ ଲାଗି ସେ ପ୍ରଥମ ସ୍ତ୍ରୀ ରିନା ଦତ୍ତଙ୍କ ଠାରୁ ମଧ୍ୟ ଅଲଗା ହୋଇ ନ ଥିଲେ ।
କିରଣ ରାଓଙ୍କୁ ସେତେବେଳେ ଜାଣିଥିଲେ କିନ୍ତୁ ରିନାଙ୍କ ସହ ତାଙ୍କର ଛାଡପତ୍ର ଏହି କାରଣରୁ ହୋଇ ନ ଥିଲା। କିରଣ ଆଉ ମୁଁ ଆଗରୁ ଦୁହେଁ ଭଲ ବନ୍ଧୁ ଥିଲୁ । ପରେ ନିକଟତର ହୋଇଥିଲୁ। ବର୍ତ୍ତମାନ କିରଣଙ୍କ ସହ ଛାଡପତ୍ର ଅନ୍ୟ କାହା ପାଇଁ ହୋଇନାହିଁ ମୋ ଜୀବନରେ କେହି ନାହାଁନ୍ତି କିମ୍ବା ବର୍ତ୍ତମାନ ଆଉ କେହି ଆସିବେ ନାହିଁ ବୋଲି ଅମିର କହିଛନ୍ତି।

Share