ଟେକ୍‌ ସିଇଓ ପାଭା ଲାପେରେଙ୍କୁ ହତ୍ୟା

ନ୍ୟୁୟର୍କ,୨୭।୯: ଆମେରିକାର ଟେକ ସିଇଓ ପାଭା ଲାପେରେଙ୍କୁ ହତ୍ୟା କରାଯାଇଛି। ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଇକୋମ୍ୟାପ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ପାଭା ଲାପେରେ ବାଲଟିମୋର ସହରର ଏକ ଆପାର୍ଟମେଣ୍ଟରେ ତାଙ୍କ ମୃତଦେହ ମିଳିଥିବା ବାଲଟିମୋର ପୋଲିସ ବିଭାଗ (ବିପିଡି) କହିଛି। ଏହି ମାମଲାରେ ଜଣେ ୩୨ ବର୍ଷୀୟ ଯୁବକ ସନ୍ଦେହ କରାଯାଉଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
ଲାପେରେଙ୍କ ଟେକ୍‌ କମ୍ପାନୀ ତାଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛି। ଲାପେରେ ନିଜ ଷ୍ଟାର୍ଟଅପ କମ୍ପାନୀ କାରଣରୁ ଚଳିତ ବର୍ଷ ସାମାଜିକ ପ୍ରଭାବ ପାଇଁ ୨୬ ବର୍ଷୀୟା ପାଭା ଲାପେରେ ଫୋର୍ବସ ୩୦ ଅଣ୍ଡର ୩୦ ତାଲିକାରେ ସାମିଲ ହୋଇଥିଲେ।

Share