ଫୋବର୍‌ସ ୩୦ ଅଣ୍ଡର ୩୦ ତାଲିକାରେ ଆମେରିକୀୟ ଟିକ୍‌ ଟକର୍‌

ଓ୍ବାଶିଂଟନ୍‌, ୨ା୧୨: ଫୋବର୍‌ସ ମାଗାଜିନ୍‌ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍‌ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍‌ ବୟସର ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ସ୍ଥାନ ମିଳିଛି। ସେମାନଙ୍କ ମଧ୍ୟରେ ଆମେରିକୀୟ ଅଭିନେତ୍ରୀ, ଏଲ୍‌ଜିବିଟିକ୍ୟୁ+ ଆକ୍ଟିଭିଷ୍ଟ ତଥା ଟିକ୍‌ ଟକ୍‌ ଇନ୍‌ଫ୍ଲୁଏନ୍ସର ଡାଲାନ୍‌ ମୁଲ୍‌ଭାନି ସ୍ଥାନ ପାଇଛନ୍ତି। ଏହି ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ ଗତବର୍ଷ ୨ ନିୟୁତ ଡଲାର ଆୟ କରିଥିଲେ। ମୁଲଭାନି ତାଙ୍କ ‘ଡେଜ୍‌ ଅଫ୍‌ ଗର୍ଲହୁଡ୍‌’ ଟିକ୍‌ ଟକ୍‌ ସିରିଜ ପାଇଁ ବେଶ୍‌ ପରିଚିତ। ଏହି ସିରିଜକୁ ୧ ବିଲିୟନରୁ ଅଧିକ ଥର ଦେଖାଯାଇଛି। ସେ ନିଜ ପ୍ଲାଟ୍‌ଫର୍ମରେ ଏଲ୍‌ଜିବିଟିକ୍ୟୁ+ ବର୍ଗଙ୍କ ଅଧିକାର ଓ ତୃତୀୟ ଲିଙ୍ଗୀଙ୍କ ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରି ଆଦୃତି ଲାଭ କରିଛନ୍ତି। ତାଙ୍କୁ ‘ଦି ପଲିଟିସିଆନ୍‌’ ଓ ଡିସ୍‌କ୍ଲୋଜର ଭଳି ଅନେକ ଟିଭି ଶୋ’ ଏବଂ ଫିଲ୍ମରେ ମଧ୍ୟ ଦେଖାଯାଇଛି। ମୁଭ୍‌ଲାନି ହେଉଛନ୍ତି ଡିଏମ୍‌ଏଚ୍‌ ଷ୍ଟୁଡିଓଜ୍‌ ପ୍ରଯୋଜନା ସଂସ୍ଥାର ସହପ୍ରତିଷ୍ଠାତା।

Share