ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ ଚଳିତବର୍ଷ ୩୧୫ କୋଟି ରୋଜଗାର କରିଛନ୍ତି। ସେ ପ୍ରଥମ ଥର ପାଇଁ ଏହି ତାଲିକାରେ ଶୀର୍ଷରେ ଅଛନ୍ତି। ଆମେରିକାର ଗଟ ଟ୍ୟାଲେଣ୍ଟ ଜଜ୍‌ ଭୂମିକାରେ ନଜର ଆସନ୍ତି ସୋଫିଆ। କୁହାଯାଉଛି ଯେ ସୋଫିଆ ଆମେରିକାର ଗଟ ଟ୍ୟାଲେଣ୍ଟର ପ୍ରତି ଏପିସୋଡ ପାଇଁ ପ୍ରଚୁର ଫି ନିଅନ୍ତି। ଏଥି ସହିତ ସେ ଚଳିତ ବର୍ଷ ଅନେକ ବଡ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ଏହି କାରଣରୁ ସେ ଆୟରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସୋଫିଆ ଛୋଟ ପରଦାରେ ବହୁତ କାମ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି। ଆମେରିକାର ଗଟ ଟ୍ୟାଲେଣ୍ଟ ମାଧ୍ୟମରେ ଏହି ଅଭିନେତ୍ରୀ ନିଜର ପରିଚୟ ସୃଷ୍ଟି କରିଥିଲେ। ଫୋବର୍ସ ତାଲିକାର ଦ୍ୱିତୀୟରେ ଅଛନ୍ତି ଆଞ୍ଜେଲିନା ଜୋଲି। ସେ ଚଳିତ ବର୍ଷ ପାଖାପାଖି ୨୫୬ କୋଟି ରୋଜଗାର କରିଛନ୍ତି।

Share