Categories: ଜାତୀୟ

ପୁଣି ଧନୀ ତାଲିକାରେ ବାଜି ମାରିଲେ ମୁକେଶ

ନୂଆଦିଲ୍ଲୀ,୮ ।୧୦: ଫୋର୍ବସ୍ ମାଗାଜିନ ଚଳିତ ବର୍ଷର ଟପ୍ ୧୦ ଧନି ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥର କିଛି ନୂଆ ଧନି ବ୍ୟକ୍ତି ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ପୂର୍ବ ବର୍ଷ ଅପେକ୍ଷା ଏମାନଙ୍କର ଧନର ପରିମାଣ ମଧ୍ୟ ବୃଦ୍ଧି ହୋଇଛି । ତେବେ ମୁକେଶ ଅମ୍ବାନୀ ଲଗାତାର ୧୩ ଥର ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୮୮.୭ ଅରବ ଡଲାର । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୨୫.୨ ଅରବ ଡଲାର । ଚଳିତ ବର୍ଷ ଅଦାନୀଙ୍କ ସମ୍ପତି ୬୧ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କହିଛି ଫୋର୍ବସ । ତୃତୀୟ ସ୍ଥାନରେ ରହିଛନ୍ତି ଶିବ ନାଡର । ଏଚ୍‌ସିଏଲ୍ ଟେକର ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୨୦୪୦ କୋଟି ଡଲାର । ଚତୁର୍ଥ ସ୍ଥାନ ମିଳିଛି ଡି ମାର୍ଟର ଫାଉଣ୍ଡର ଆର୍‌କେ ଦମାନୀଙ୍କ୍‌ୁ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୫୪୦ କୋଟି ଡଲାର । ହିନ୍ଦୁଜା ବ୍ରଦର୍ସ ଏଥର ପଞ୍ଚମ ସ୍ଥାନରେ ରହିଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୨୮୦ କୋଟି ଡଲାର । ଏଥର ସାଇରସ ପୁନାୱାଲା ରହିଛନ୍ତି ଷଷ୍ଠ ସ୍ଥାନରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୫୦ କୋଟି ଡଲାର । ୧୧୪୦ କୋଡି ଡଲାର ସମ୍ପତ୍ତି ସହ ପାଲୋନଜି ମିସ୍ତ୍ରୀ ରହିଛନ୍ତି ସପ୍ତମ ସ୍ଥାନରେ । କୋଟକ ମହିନ୍ଦ୍ରାର ଚେୟାରମ୍ୟାନ ଉଦୟ କୋଟକ ୧୧୩୦ କୋଟି ସମ୍ପତ୍ତି ସହ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଗୋଦରେଜ ଫ୍ୟାମିଲି ରହିଛି ନବମ ସ୍ଥାନରେ । ଗୋଦରେଜର ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୧୦୦କୋଟି ଡଲାର । ସେହିପରି ଲକ୍ଷ୍ମୀ ମିତ୍ତଲ ଚେୟାମ୍ୟାନ ଆର୍ସେଲର ମିତ୍ତଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୦୩୦କୋଟି । ଏହାସହ ସେ ଦଶମ ସ୍ଥାନରେ ରହିଛନ୍ତି ।

Share