ରାଜ୍ୟ ବାହାର ଅପରାଧୀଙ୍କୁ ଧରିବାକୁ ବଳପାଉନି

ଭୁବନେଶ୍ୱର,୨୫।୨(ସୂର୍ଯ୍ୟକାନ୍ତ ବେହେରା)ଭୁବନେଶ୍ୱରରେ ଗତ କିଛିମାସ ହେବ ବାହାର ରାଜ୍ୟର ଅପରାଧୀ ସକ୍ରିୟ ହୋଇଉଠିଛନ୍ତି। ସେମାନଙ୍କ ସହ ହାତ ମିଳାଇଛନ୍ତି ସ୍ଥାନୀୟ ଅପରାଧୀ। ଫଳରେ ସହରରେ ଲୁଟ୍‌, ଚୋରି ଓ ଡକାୟତି ବଢ଼ୁଛି। ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ହେଲେ ନିଦ ହଜାଇଥିବା ଆପାର୍ଟମେଣ୍ଟ ଚୋରି ଘଟଣାରେ ବାହାର ରାଜ୍ୟର ଅପରାଧୀ ଗୋଷ୍ଠୀ ସମ୍ପୃକ୍ତ ଥିବା କହି ନିଜ ଦକ୍ଷତାକୁ ଲୁଚାଉଛି କମିଶନରେଟ ପୋଲିସ। ନୂଆ ନୂଆ ତରିକାରେ ଅପରାଧୀମାନେ ଏପରି କାଣ୍ଡ ଘଟାଉଛନ୍ତି ଯେ ପୋଲିସ ମଧ୍ୟ ସେମାନଙ୍କ ବିଷୟରେ ସୁରାକ ପାଇପାରୁନାହିଁ। ଘଟଣାସ୍ଥଳକୁ ଯାଇ ପୋଲିସ ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ସହଜରେ ପାଇ ପାରୁନାହିଁ। ବଡ ଲୁଟ୍‌ ଏବଂ ଚୋରି ଘଟଣାରେ ପର୍ଦ୍ଦାଫାସ କରିବାକୁ ପୋଲିସକୁ ମାସ ମାସ ଲାଗି ଯାଉଛି। ତେବେ ଘଟଣା ପଛରେ ବାହାର ରାଜ୍ୟର ଗ୍ୟାଙ୍ଗର ହାତ ରହିଥିବା ପୋଲିସ ନିଜେ କହୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ କାହିଁକି ଧରିବାକୁ ସେତିକି ତତ୍ପରତା ଦେଖାଉ ନ ଥିବା ଗତ କିଛିଦିନର ଘଟଣାବଳୀରୁ ସ୍ପଷ୍ଟ ଜଣାପଡୁଛି। ବାହାର ଅପରାଧୀଙ୍କୁ ଧରିବାକୁ ପୋଲିସ ଚାହିଁ ନାହିଁ ନା ବଳ ପାଉନି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ପରବର୍ତ୍ତୀ ସମୟରେ କମିଶନରେଟ ପୋଲିସ କିଛି ଗ୍ୟାଙ୍ଗକୁ ଧରୁଥିଲେ ମଧ୍ୟ ସକ୍ରିୟ ଥିବା ଅନ୍ୟ ଅଭିଯୁକ୍ତମାନେ ଏଯାଏ ଧରାପଡିନାହିଁ। ଅନ୍ୟପଟେ ସହରରେ ଅପରାଧୀଙ୍କ ଏଭଳି ଉତ୍ପାତ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡୁଥିବାବେଳେ ନୂଆ ପୋଲିସ କମିଶନର ସବୁ ଥାନାର ଅଧିକାରୀଙ୍କୁ ଡକାଇ ତାଗିଦ୍‌ କରିଛନ୍ତି। ଶନିବାର ଭୁବନେଶ୍ୱରସ୍ଥିତ ପୋଲିସ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତ ଥାନା ଅଧିକାରୀ ଓ କେତେଜଣ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ଏନେଇ ଆଲୋଚନା କରିଛନ୍ତି। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତ। ସେହିପରି ପାଟ୍ରୋଲିଂ ଠିକ ଭାବେ ହେଉ ନ ଥିବା ଏକାଧିକ ଅଭିଯୋଗ ଆସିବା ପରେ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି କଡାକଡି ପାଟ୍ରୋଲିଂ କରିବାକୁ କହିଛନ୍ତି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଦୀର୍ଘ ୫ ମାସ ହେଲା ଏହି ଗ୍ୟାଙ୍ଗ କମିଶନରେଟ ପୋଲିସ ଅଞ୍ଚଳ ସହ ଅନ୍ୟ ଜିଲାଗୁଡ଼ିକରେ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ୧୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ସମସ୍ତେ ଉଚ୍ଚ ଶିକ୍ଷିତ। ଏମାନେ ବସ୍ତି, ବସ୍‌ ଷ୍ଟାଣ୍ଡ, ରେଳଷ୍ଟେଶନ ହସ୍ପିଟାଲ ଭଳି ସ୍ଥାନରେ ରହି ଆପରାଧିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ ବାହାର ଗ୍ୟାଙ୍ଗର ଅପରାଧୀମାନେ ଏଠାକୁ ଆସିବାର ଅନ୍ୟଏକ କାରଣ ହେଉଛି ଆତ୍ମଗୋପନ। ନିଜ ରାଜ୍ୟରେ ଆପରାଧିକ କାର୍ଯ୍ୟକଳାପ ଘଟାଇବା ପରେ ପୋଲିସ ନଜରରୁ ବର୍ତ୍ତିବା ଲାଗି ଏଠାକୁ ଚାଲିଆସି ଏଠାରେ ମଧ୍ୟ ଅପରାଧ ଘଟାଉଥିବା ପୋଲିସ ଅଧିକାରୀ ଜଣକ କହିଛନ୍ତି ।

ଅପରାଧିଙ୍କୁ ଚିହ୍ନଟ କରାଯାଇଛି, ଶୀଘ୍ର ଧରାହେବେ

ବିଭିନ୍ନ ଆପାର୍ଟମେଣ୍ଟ ଚୋରିର ଘଟଣାକୁ ନେଇ ତର୍ଜମା କରି ସମସ୍ତ କେସର ତଦନ୍ତକାରୀ ଅଧିକାରୀ ଓ ଥାନାର ଅଧିକାରୀ ଏବଂ ଏସିପିମାନଙ୍କ ସହ ଆଲୋଚନ କରାଯାଇ ଘଟଣାରେ ତଦନ୍ତ କେତେବାଟ ଗଲା ତାହାର ସମୀକ୍ଷା କରାଯାଇଛି । ଏହାସହ ଜବତ ହୋଇଥିବା ସିସିଟିଭି ଫୁଟେଜକୁ ନେଇ କେଉଁ ଗ୍ରୁପ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ତଦନ୍ତ ଜାରି ରହିଛି । ସେହିପରି ବିଭିନ୍ନ ଥାନା ମଧ୍ୟରେ କେମିତି ମିଳିତ ସହଯୋଗରେ ଗ୍ୟାଙ୍ଗ ଗୁଡିକୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ସେହିପରି ତଦନ୍ତରେ ଭଲ ରହିଛି । କିଛି ଅପରାଧିଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଭଲ ଖବର ଦିଆଯିବ ବୋଲି କହିଥିଲେ । ଅପରପକ୍ଷେ ଆପାର୍ଟମେଣ୍ଟଗୁଡିକରେ ସୁରକ୍ଷା ବ୍ୟବସ୍ଥା କେମିତି ଭଲ ହୋଇ ପାରିବ ସେନେଇ ଆପାର୍ଟମେଣ୍ଟର ସଭାପତି ଓ ସମ୍ପାଦକ ରହିଛନ୍ତି ତାଙ୍କ ସହିତ ସୋମବାର ଆଲୋଚନା କରାଯିବ ବୋଲି ସେ କହିଥିଲେ ।
-ସଞ୍ଜୀବ ପଣ୍ଡା,ପୋଲିସ କମିଶନର

ପୋଲିସ ଅପରାଧ ରୋକିବାରେ ସେଭଳି ତତ୍ପର ହେଉନାହିଁ

ଦିନ ହେଉ ବା ରାତି ସମୟରେ ସହରରେ ବିଭିନ୍ନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ଅପରାଧୀମାନେ ଅନେକ ସ୍ଥାନରେ ଚୋରି,ଡକାୟତି,ରାହାଜାନି ଭଳି ଘଟଣା ଘଟାଇ ଫେରାର ହେଉଯାଉଛନ୍ତି । ପୋଲିସ ବ୍ଲକିଂ ନାଁରେ ରାଜସ୍ବ ଆଦାୟ ଉପରେ ଯେଭଳି ଦୃଷ୍ଟି ଦେଉଛି ଅପରାଧୀ ରୋକିବାରେ ସେଭଳି ତତ୍ପର ହେଉନାହିଁ । ଫଳରେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ଠିକ ଭାବେ ପାଟ୍ରୋଲିଂ ହେଉନାହିଁ। ପିସିଆର କର୍ମଚାରୀମାନେ କେବଳ ମଦ୍ୟପଙ୍କୁ ଧରପଗଡ ଏବଂ ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲ ନେବାରେ ସୀମିତ ରହୁଛନ୍ତି। କିନ୍ତୁ ଅନେକ ସମୟରେ ପିସିଆର କର୍ମଚାରୀ ଘଟଣାସ୍ଥଳକୁ ଯିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଏପରିକି ଡ୍ରାଇଭର ଏବଂ କର୍ମଚାରୀମାନେ ପିସିଆରକୁ ଗୋଟାଏ ସ୍ଥାନରେ ଛିଡା କରାଇ ଗାଡି ମଧ୍ୟରେ ଶୋଇପଡୁଥିବା ମଧ୍ୟ ରାସ୍ତାରେ ଦେଖିବାକୁ ମିଳୁଛି ।
-ପ୍ରକାଶ କୁମାର ସ୍ବାଇଁ, ରାଜଧାନୀବାସୀ

ଗତ କିଛି ମାସର ଘଟଣାବଳୀ

ଜାନୁୟାରୀ ୧୫- ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ପଞ୍ଚାୟତିରାଜ ବିଭାଗର ଅତିରକ୍ତ ନିର୍ଦ୍ଦେଶକଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଲକ୍ଷେରୁ ଅଧିକ ଟଙ୍କା ଚୋରି ହୋଇଥିଲା ।
ଫେବୃଆରୀ ୧- ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଦୁର୍ବୃତ୍ତମାନେ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା ।
ଫେବୃୟାରୀ ୧୭- ଶନିବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ ଶ୍ରୀରାମପୁରରେ ଥିବା ବର୍ଷା ରିଭେର ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ଚୋରି କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ରାତିକ ମଧ୍ୟରେ ଆପାର୍ଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି କରି ନେଇଛନ୍ତି ।
ଫେବୃଆରି ୧୮- କପିଳପ୍ରସାଦ କେଳୁଚରଣ ଲେନ-୫ ରେ ଥିବା ଧ୍ରୁବ ପାତ୍ରଙ୍କ ଘର ଝରକା ତାଡି ଅପରାଧୀମାନେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ।
ଅକ୍ଟୋବର୨୦୨୩- ଇନଫୋସିଟି ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ରାଜବାଟିକା କମ୍ଲେକ୍ସ ଆପାର୍ଟମେଣ୍ଟର ୪ ଟି ଫ୍ଲାଟରୁ କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ଦୁର୍ବୃତ୍ତ ଚୋରି କରି ନେଇଥିଲେ ।
୧୧ ଡିସେମ୍ବର ୨୦୨୩- ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟ ସାହିରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ୧୦.୫୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଫେରାର ବେଳେ ଦୁର୍ବୃତ୍ତମାନେ ସିସିଟିଭି ଉପରେ ସ୍ପ୍ରେ ମାରି ଥିବାରୁ ପୋଲିସ ସେମାନଙ୍କୁ ଚିହ୍ନଟ କରି ପାରିନଥିଲା । ଖୋଦ ଡିସିପି ପ୍ରତୀସ ସିଂ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ଏହି ଚୋରିରେ ଏକ ଧୁରନ୍ଧର ଗ୍ୟାଙ୍ଗର ହାତ ରହିଥିବା କହିଥିଲେ । ଏପରିକି ବାହାର ରାଜ୍ୟର ଗ୍ୟାଙ୍ଗଙ୍କ ସଂପୃକ୍ତ ରହିଥିବା ସନ୍ଦେହ କରି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri