ଜୟପୁର, ୩୦।୬ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ବୁଧବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ା ଗାନ୍ଧୀଛକଠାରୁ ଗ୍ଲୋକାଲ ହସ୍ପିଟାଲ ଯାଏ ଉଚ୍ଛେଦ ଜାରି ରହିଛି ା ରାସ୍ତାର ଉଭୟ ପଟେ ଥିବା ଗ୍ୟାରେଜ, ହେଟେଲ ଆଦି କରି ଲୋକେ ଜବରଦଖଲ କରିଥିଲେ ା ଫଳରେ ଏହି ରାଜପଥ ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା। ଏହାର ସମାଧାନ ପାଇଁ ଜାତୀୟ ରାଜପଥ ବିଭାଗ, ରାଜସ୍ବ ବିଭାଗ, ପୌରପାଳିକା ଏବଂ ପୋଲିସ ମିଳିତ ଭାବେ ଉପସ୍ଥିତ ରହି ଉଚ୍ଛେଦ କରିଥିଲେ। ଗାନ୍ଧୀ ଛକଠାରୁ ଗ୍ଲୋକାଲ ହସପିଟାଲ ଯାଏ ରାଜପଥର ଉଭୟ ପାର୍ଶ୍ୱରେ ଥିବା ୧୫୦ରୁ ଅଧିକ ଗ୍ୟାରେଜକୁ ଉଚ୍ଛେଦ କରାଯାଇଛି ା ସେମାନଙ୍କୁ ଅନ୍ୟ ଏକ ସ୍ଥାନରେ ଥଇଥାନ ନ କରି ଅଚାନକ ଉଚ୍ଛେଦ କରାଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଆଗକୁ ରାଜପଥ ପାର୍ଶ୍ୱରେ ହୋଇଥିବା ଏପରି ବେଆଇନ ଜବରଦଖଲ ଉଚ୍ଛେଦ ଜାରି ରହିବ ବୋଲି ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା କହିଛନ୍ତି। ଏହି ସମୟରେ ତହସିଲଦାରଙ୍କ ସହ ଏସଡିପିଓ ଅରୁପ ଅଭିଷେକ ବେହେରା, ଟାଉନ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ, ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।