କେସିଙ୍ଗା,୨୩।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ବଗାଡ଼ ୱାର୍ଡ ନଂ. ୨ରେ ସୋମବାର ଜବରଦଖଲ ଉଚ୍ଛେଦ ହୋଇଛି। ଏଥିରେ ୱାର୍ଡର ରାଜୁ ନାୟକଙ୍କ ଘର ଉଚ୍ଛେଦ ହୋଇଛି। ସରକାରୀ ଜମି ଜବରଦଖଲ ନେଇ ପୂର୍ବରୁ ଓ୍ବାର୍ଡବାସୀ ଅଭିଯୋଗ କରିଥିଲେ। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ଜ୍ୟୋତିିର୍ମୟ କର, ଆଇଆଇସି ଏସ୍.କେ.ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କଲ୍ୟାଣ ମଣ୍ଡପ ପାଇଁ ଏହି ଜମି ସଂରକ୍ଷିତ ହୋଇଛି ।