Categories: ଜାତୀୟ

ଜଣଙ୍କୁ ଧରି ଜବରଦସ୍ତ ବିବାହ କରିବା ବେଆଇନ: ହାଇକୋର୍ଟ…

ପଟନା,୨୪।୧୧ : ପାଟନା ହାଇକୋର୍ଟ ପକଡୋଆ ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଏଭଳି ଜବରଦସ୍ତ ବିବାହ ଆଇନ ଅନୁସାରେ ମାନ୍ୟ ହେବ ନାହିଁ। ବନ୍ଧୁକ ମୁନରେ ଏଭଳି ବିବାହ କରିବାକୁ ବିବାହ କୁହାଯିବ ନାହିଁ। ଏହାର ଅର୍ଥ କୌଣସି ମହିଳାଙ୍କ କପାଳରେ ସିନ୍ଦୁର ଦେବା ହିନ୍ଦୁ ନିୟମ ଅନୁଯାୟୀ ବିବାହ ନୁହେଁ। ଯେପର୍ଯ୍ୟନ୍ତ କନ୍ୟା ଏବଂ ବର ପବିତ୍ର ଅଗ୍ନି ଚାରିପଟେ ସାତଫେରା ନ ନିଅନ୍ତି କିମ୍ବା ଉଭୟଙ୍କ ମଧ୍ୟରେ ଏନେି ସହମତି ନ ଥାଏ ତେବେ ସେପରି ବିବାହକୁ ବୈଧ ବୋଲି ଧରାଯିବ ନାହିଁ। ପାଟନା ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ଝା ଏବଂ ଜଷ୍ଟିସ ପି.ବି ବଜନ୍ତ୍ରି ଦଶ ବର୍ଷ ପୂର୍ବେ ଘଟିଥିବା ପକଡୋଆ ବିବାହ ମାମଲାର ଶୁଣାଣି କରିଥିଲେ। କୋର୍ଟ ଏହି ବିବାହକୁ ବେଆଇନ ଘୋଷଣା କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପ୍ରମାଣ ଏବଂ ସାକ୍ଷୀଙ୍କ ଆଧାରରେ ପକଡୋଆ ବିବାଦ ମାନ୍ୟ ନୁହେଁ ବୋଲି କହିଛନ୍ତି।

ବାସ୍ତବରେ, ୩୦ ଜୁନ ୨୦୧୩ ରେ ନବାଡା ବାସିନ୍ଦା ରବିକାନ୍ତଙ୍କ ବିବାହ ଜବରଦସ୍ତ କରାଯାଇଥିଲା। ସେ ଚାଚାଙ୍କ ସହ ମନ୍ଦିରକୁ ଯାଇଥିଲେ, ଯେଉଁ ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଏହା ପରେ ବନ୍ଧୁକ ମୁନରେ ଝିଇ ପକ୍ଷଙ୍କର ଦାବି ଅନୁସାରେ ବାଧ୍ୟତାମୂଳକ ଭାବେ ସିନ୍ଦୂର ଦାନ କାର୍ଯ୍ୟ ହୋଇଥିଲା। ଏହା ପରେ ରବିକାନ୍ତ ଲାଖାଇସରାଇର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ରବିକାନ୍ତ ମଧ୍ୟ ଏହି ବିବାହକୁ ରଦ୍ଦ କରିବାକୁ ପରିବାର କୋର୍ଟକୁ ଯାଇଥିଲେ। କିନ୍ତୁ, ୧୭ ଜାନୁଆରୀ ୨୦୨୦ ରେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ରବିକାନ୍ତ ପରାଜୟକୁ ଗ୍ରହଣ କରି ନ ଥିଲେ ଏବଂ ସେ ନ୍ୟାୟ ପାଇଁ ପାଟନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରିଛନ୍ତି। କନ୍ୟା ପକ୍ଷ ସାତ ଫେରା ନିଆଯାଇଛି ବୋଲି ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। କୋର୍ଟ ଏହା ମଧ୍ୟ ସ୍ବୀକାର କରିଛନ୍ତି ୨୦୨୦ରେ ପରିବାର କୋର୍ଟଙ୍କର ଅନୁସନ୍ଧାନରେ ତ୍ରୁଟି ରହିଛି। ସାକ୍ଷ୍ୟ ପ୍ରଦାନ ସମୟରେ ପୁରୋହିତ ବିବାହ ଉତ୍ସବ ହୋଇଥିବା ସ୍ଥାନ ବିଷୟରେ ମଧ୍ୟ କହିବାକୁ ସକ୍ଷମ ହୋଇ ନ ଥିଲେ। ପୁରୋହିତ ବିବାହ ସ୍ଥାନ ବିଷୟରେ ମଧ୍ୟ ଜାଣନ୍ତି ନାହିଁ। ଏହି ବିବାହ ଆଇନ ଦୃଷ୍ଟିରୁ ଅମାନ୍ୟ ଅଟେ।

 

Share