ଲକ୍ଷ୍ନୌ,୧୩ା୧୦: ଉତ୍ତରପ୍ରଦେଶର ଏକ ପ୍ରେମୀଯୁଗଳଙ୍କୁ ପ୍ରେମ ମହଙ୍ଗା ପଡ଼ିଛି। ଗ୍ରାମବାସୀ ଏବଂ ପରିବାର ଲୋକେ ଦୁହିଁଙ୍କୁ ଜୋର୍ ଜବରଦସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କରିଦେଇଛନ୍ତି।
ଏମିତି ଘଟଣା କାନପୁରର ଦେହାତରେ ଦେଖିବାକୁ ମିଳିଛି। ଜଲୌନର ସିର୍ସା କଲର ଥାନା ଅନ୍ତର୍ଗତ ଜଣେ ଯୁବତୀ ନିଜ ବଡ଼ଭଉଣୀ ଘରକୁ ବୁଲି ଯାଇଥିଲେ। ସେଠାରେ ତାଙ୍କ ପ୍ରେମିକ ଅଙ୍କିତଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଦେଖି ନେଇଥିଲେ। ପରେ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବନ୍ଧୁ ଓ ପରିବାର ଲୋକେ ପହଞ୍ଚି ମନ୍ଦିରରେ ଉଭୟଙ୍କ ବିବାହ କରାଇଥିଲେ।
ବିବାହ କରିବାକୁ ଅଙ୍କିତ ମନା କରୁଥିଲେ। କିନ୍ତୁ ଗ୍ରାମବାସୀ ଜୋର ଜବରଦସ୍ତ ବିବାହ କରାଇ ଦେଇଥିଲେ। ପୋଲିସ ଯଦିଓ ଏ ବିଷୟରେ ସବିଶେଷ ତଥ୍ୟ ଦେଇନାହିଁ। ମାତ୍ର ଏହି ଘଟଣାର ଭିଡିଓ କେହି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।