ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ ସୋମବାର ଆରମ୍ଭ ହୋଇଛି। ଏଠାରେ ୨୦ଟି ବେଆଇନ ଘର ଗଢ଼ି ଉଠିଥିଲା। ପୌର ପଶାସନର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ତହସିଲଦାର ଭିକାରୀ ସାହୁଙ୍କ ଉପସ୍ଥତିରେ ଜବରଦଖଲ ଉଚ୍ଛେଦ ଚାଲିଛି।