ଚମ୍ପୁଆ, ୮।୬(ଡି.ଏନ.ଏ.)
କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଭୂଇଁପୁରଠାରେ ମଙ୍ଗଳବାର ରାଜସ୍ବ ବିଭାଗ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଛି। ଚମ୍ପୁଆ ତହସିଲଦାର ସାଇ ସସ୍ମିତା ହୋତାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାୟକ, ସୁପରଭାଇଜର ଶୁଭକାନ୍ତ କର, ଜ୍ୟୋତିପୁର ଓ ଭୁଇଁପୁର ରାଜସ୍ବ ନିରୀକ୍ଷକ ସମେତ ବାରିଆ ପୋଲିସ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ଅତିରିକ୍ତ ତହସିଲଦାର ନାୟକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଜଣେ ବ୍ୟକ୍ତି ଉକ୍ତ ଜବରଦଖଲ କରିଥିବା ବେଳେ ପୂର୍ବରୁ ଏ ନେଇ ତାଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା। ମାତ୍ର ଜବରଦଖଲକାରୀ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ରାଜସ୍ବ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।