ବସ୍‌ଷ୍ଟାଣ୍ଡ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ

ମାର୍ଶାଘାଇ,୯ା୯(ଡି.ଏନ.ଏ.): ମାର୍ଶାଘାଇଠାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଗୁରୁବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସରକାରୀ ଜାଗାକୁ ଜବରଦଖଲ କରିଥିବା ୯ ଟି ଦୋକାନ ଗୃହ ଓ ସେଠାରେ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ କୋଲକତାରୁ ଆସି ରହୁଥିବା ୯ ଟି ପରିବାରଙ୍କ ଘରକୁ ଉଚ୍ଛେଦ କରାଯାଇଛି। ମାତ୍ର ଉକ୍ତ ପରିବାରଗୁଡିକୁ ନିକଟସ୍ଥ ବାଳିକଶୋଟି ଗ୍ରାମରେ ଥିବା ସରକାରୀ ଜାଗାରେ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିବା ନେଇ ଜଣା ପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ଶହଶହ ମହିଳାପୁରୁଷ ଗଁାର ପ୍ରବେଶ ପଥରେ ଜଗି ରହି ସେମାନଙ୍କୁ ନ ପୂରାଇବାକୁ ଅଡ଼ି ବସିଛନ୍ତି। ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜୁଣ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖା ଯାଇଥିବା ପ୍ରଶାସନ ସୂଚନା ଦେଇଛି। ଏହି ଜବରଦଖଲ କାର୍ଯ୍ୟରେ ମାର୍ଶାଘାଇ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅଶୋକ ବେହେରା, ପ୍ରଫୁଲ୍ଲ ବିଶ୍ୱାଳ, ମାର୍ଶାଘାଇର ନୂତନ ଥାନାଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଏସ. ଆଇ. ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ।

Share