Advertisement

ନୂଆ ବସ୍‌ଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ

ସୁନ୍ଦରଗଡ,୨୦ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲୁହୁରାଢିପା ସ୍ଥିତ ନୂଆ ବସଷ୍ଟାଣ୍ଡରେ ବୁଧବାର ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପାଇଁ ଗତ ୧୪ତାରିଖରେ ପୌରପ୍ରଶାସନ ପକ୍ଷରୁ ଜବର ଦଖଲକାରୀ ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିଲା। ବୁଧବାର ସକାଳ ସାଢ଼େ ୧୦ଟାରୁ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଡା ସୁରକ୍ଷା ମଧ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ସ୍ବତନ୍ତ୍ର ମାଜିଷ୍ଟ୍ରେଟ, ପୌରଧ୍ୟକ୍ଷା ତନୟା ମିଶ୍ର, ପୌରପାଳିକାର ନିର୍ବାହୀ ଅଧିକାରୀ ବିକାଶ ମୁଣ୍ଡାରୀ, ଟାଉନଥାନା ଆଇଆଇସି ଆଦିତ୍ୟ ମହାକୁଳଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ଉଚ୍ଛେଦ ହୋଇଥିବା ୩୫ଟି ଏହି ଦୋକାନୀଙ୍କ ଥଇଥାନ କରାଯିବା ସହ ସ୍ବତନ୍ତ୍ର ଭେଣ୍ଡିଂ ଜୋନ ନିର୍ମାଣ କରାଯିବ ବୋଲି ପୌରଧ୍ୟକ୍ଷା ମିଶ୍ର ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Enforcement