Categories: ଜାତୀୟ

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା

ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଅନଲାଇନ ମେମ୍ବରଶିପ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯିବାର ଗୋଟିଏ ଦିନ ପରେ ପୂର୍ବତନ ଆଇପିଏସ ଅଧିକାରୀ ବସନ୍ତ ରଥ ଭାଜପାର ଅନଲାଇନ ସଦସ୍ୟତା ଗ୍ରହଣ କରିଥିଲେ, ଏହା ପରେ ସେ ପ୍ରମାଣପତ୍ରର ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।
ଏହାପରେ ଭାଜପାର ଜାମ୍ମୁ-କାଶ୍ମୀର ୟୁନିଟ ମଧ୍ୟ ପୂର୍ବତନ ଆଇପିଏସ ଅଧିକାରୀଙ୍କ ସଦସ୍ୟତା ଠାରୁ ନିଜକୁ ଦୂରେଇ ରଖିଥିଲା।
ଏହି ସମଗ୍ର ପ୍ରସଙ୍ଗରେ ଭାଜପାର ଜମ୍ମୁ କଶ୍ମୀର ୟୁନିଟର ମୁଖ୍ୟ ମୁଖପାତ୍ର ସୁନୀଲ ସେଠୀ କହିଛନ୍ତି ଯେ ନେତୃତ୍ୱ ତାଙ୍କୁ କୌଣସି ଦାୟିତ୍ୱ ଦେବା ନେଇ ଏପର୍ଯ୍ୟନ୍ତ କିଛିି ନିଷ୍ପତ୍ତି ନେଇନାହାଁନ୍ତି। ସେ କହିଛନ୍ତି ଯେ ପୂର୍ବତନ ଅଧିକାରୀ ତାଙ୍କର ଅନଲାଇନ ପଞ୍ଜୀକରଣ କରିଛନ୍ତି, ଦଳର ସଦସ୍ୟତା ଗ୍ରହଣ କରିନାହାଁନ୍ତି। ଯେକେହି ନିଜକୁ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ଏହାକୁ ସଦସ୍ୟତା କୁହାଯାଇପାରିବ ନାହିଁ। ଏଭଳି ନିଷ୍ପତ୍ତି ନେବାବେଳେ ଅନେକ ଜିନିଷକୁ ଧ୍ୟାନରେ ରଖାଯାଏ, କାରଣ ଭାଜପା ଏକ ଅନୁଶାସିତ ଦଳ।
ବାସ୍ତବରେ ଦୀର୍ଘ ଦିନ ଧରି ନିଲମ୍ବିତ ହୋଇଥିବା ବସନ୍ତ ରଥଙ୍କୁ ସମୟ ପୁର୍ବରୁ ଅବସର ଦିଆଯାଇଥିଲା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଆଦେଶ ପାଇବା ପରେ ବସନ୍ତ ରଥ ସୋସିଆଲ ମିଡିଆରେ ଭାଜପାର ସ୍ବାଗତ ନୋଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା ଯେ ଆପଣ ବର୍ତ୍ତମାନ ଭାଜପାର ଜଣେ ପାଦଚଲଶ ସଦସ୍ୟ ଏବଂ ଏହାର ନେତାଙ୍କ ପାଇଁ ଶକ୍ତିର ଉତ୍ସ।

Share