Categories: ବାଣିଜ୍ୟ

ଡୋରଷ୍ଟେପ ସେବା ଦେଉଛି ଫୋର୍ଡ ଇଣ୍ଡିଆ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋରଷ୍ଟେପ ସେବା ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଫୋର୍ଡ ଗାଡିର ମାଲିକମାନେ ସେମାନଙ୍କ ଚାହୁଁଥିବା ଯେ କୌଣସି ସ୍ଥାନରେ କମ୍ପାନୀର ସେବା ପାଇପାରିବେ। ଘର କିମ୍ବା ଅଫିସରେ ନିଜ ଗାଡିର ସର୍ଭିସ ବିନା ଅତିରିକ୍ତ ଚାର୍ଜରେ କରାଇବାକୁ ଗ୍ରାହକ ସକ୍ଷମ ହେବେ। ଡାଏଲ-ଏ-ଫୋର୍ଡ ନାମକ ଗ୍ରାହକ କୈନ୍ଦ୍ରୀକ ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ବ୍ୟାପକ ସେବାରେ ଏହି ସ୍ବତନ୍ତ୍ର ସୁବିଧା ଯୋଡ଼ି ହୋଇଛି । ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ହେଲ୍‌ପଲାଇନ ମାଧ୍ୟମରେ ସମସ୍ତ ପ୍ରକାର ବିକ୍ରି ଓ ସେବା ସମ୍ପର୍କିତ ପ୍ରଶ୍ନର ସମାଧାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ କୋଲକାତା, ଭୁବନେଶ୍ୱର, ଦିଲ୍ଲୀ, ଗୁରୁଗ୍ରାମ, ନଏଡା, ଗାଜିଆବାଦ, ଫରିଦାବାଦ, ଜୟପୁର, ଲକ୍ଷ୍ମୌ, ବାଙ୍ଗାଲୋର, ଚେନ୍ନାଇ, କୋଚିନ ଓ ତ୍ରିଭେନ୍ଦ୍ରମ, ହାଇଦ୍ରାବାଦ, ମୁମ୍ବାଇ, ଠାଣେ ,ପୁଣେ,ଓରଙ୍ଗାବାଦ, ଅହମ୍ମଦାବାଦ ଭଳି ସହରରେ ଏହି ସେବା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଫୋର୍ଡ ଇଣ୍ଡିଆର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର (ମାର୍କେଟିଂ,ବିକ୍ରି ଓ ସେବା) ବିନୟ ରାଇନା କହିଛନ୍ତି, ସେବା ପ୍ରଦାନ କରିବା ଲାଗି ଆମର ରହିଥିତ୍ବା ଦ୍ରୁତଗତିର ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ।

Share