ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ ଡ୍ରେନ ସଫା କରାଯାଉଛି l ଉକ୍ତ ସ୍ଥାନରେ କେଭିନ ଓ ଉଠା ଦୋକାନ ରହିଥିବାରୁ ଡ୍ରେନ ସଫା ହୋଇପାରୁ ନ ଥିଲା l ଶନିବାର ପୌରପାଳିକା ପକ୍ଷରୁ ଉଛେଦ ପାଇଁ ଆସିବା ପରେ ଦୋକାନୀ ମାନେ ନିଜ କେବିନ ଉଠାଇ ନେଇଥିଲେ l ପରେ ଡ୍ରେନ ସଫା ଓ ଜଳ ନିଷ୍କାସନ ଚାଲିଛି l ଘଟଣାସ୍ଥଳରେ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ,ପୂର୍ବତନ ପୌର ନିର୍ବାହୀ ଅଧିକାରୀ ଦେବି ପ୍ରସାଦ ମହାନ୍ତି ସମେତ ପୋଲିସ ବାହିନୀ ଓ ଦମକଳ ବାହିନୀ ମୁତୟନ ଅଛନ୍ତି l ଭଦ୍ରକ-ଆନନ୍ଦପୁର ରାସ୍ତାର ବନ୍ତ ଛକ ନିକଟରେ ୪ ଚକିଆ ଜଣ ଚଳାଚଳ ବନ୍ଦ ରହିଛି l

Share