ପ୍ରଚାର ମଇଦାନରେ ବିଦେଶୀ ବୋହୂ

ପୁରୀ ଅଫିସ,୧୦।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନେ ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କେହି କେହି ଦୀର୍ଘଦିନ ଧରି ପଞ୍ଚାୟତରେ ରହିଥିବା ଅନେକ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପ୍ରତିଶ୍ରୁତି ଦେଉଥିବା ବେଳେ ଅନ୍ୟ କେହି ଗ୍ରାମର ବିକାଶ ପାଇଁ ଶାସନ ପରିବର୍ତ୍ତନର ଜରୁରୀ କହି ନୂତନ ଆଶା ଦେଖାଉଛନ୍ତି ପ୍ରାର୍ଥୀମାନେ। ଲୋକ ମଧ୍ୟ ଉପଯୁକ୍ତ ପ୍ରାର୍ଥୀଙ୍କୁ ଊଣା ଅଧିକେ ନିଜ ମନରେ ବାଛି ସାରିଲେଣି। ଏହି ପରିପ୍ରେକ୍ଷୀରେ ପୁରୀ କାଶିହରିପୁର ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଜଣେ ବିଦେଶିନୀ। ଜଣେ ବିଦେଶୀ ଓଡ଼ିଆ ବୋହୂ ହୋଇ ସାଲୱାର ଓ ହାତରେ ଶଙ୍ଖା ପିନ୍ଧି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଦୀର୍ଘ ୬ବର୍ଷ ଧରି ରହିଆସୁଥିବା ଇଜାବେଲ ନାମ୍ନୀ ଜଣେ ଫ୍ରାନ୍ସ ବଂଶଜ ମହିଳା ହାତରେ ଚକୋଲେଟ ଡବାଟିଏ ଧରି ପ୍ରଚାର କରିଥିବାର ଚିତ୍ର ବେଶ୍‌ ଚର୍ଚ୍ଚାରେ ରହିଛି। ନିର୍ବାଚନ ମଇଦାନରେ ଅବତରଣ ହୋଇଥିବା ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା, ସମିତି ସଭ୍ୟ ପ୍ରାର୍ଥୀ ପ୍ରଦୀପ ଭାନୁ ଘଟୁଆରୀଙ୍କ ପାଇଁ ପ୍ରଚାର କରୁଛନ୍ତି। ସେହିପରି ପୁରୀ ସଦର ଗୋପୀନାଥପୁର ପଞ୍ଚାୟତରେ ପ୍ରାର୍ଥୀମାନେ ବୁଧବାର ଏକ ନିଆରା ଢଙ୍ଗରେ ପ୍ରଚାର କରୁଥିଲେ। ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଶୁଭଲକ୍ଷ୍ମୀ ରାଉତଙ୍କ ଚିହ୍ନ ଖୋଲା ବହି ହୋଇଥିବାରୁ ସେ ହାତରେ ଖୋଲା ବହି ଧରି ଘର ଘର ବୁଲି ପ୍ରଚାର ଚଳାଇଥିଲେ। ସେହିପରି ଏମ୍‌ସିଏ ଛାତ୍ରୀ ଅଲିଭା ରାଉତ ସମିତି ସଭ୍ୟ ପ୍ରାର୍ଥତ୍ନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ଚିହ୍ନ କେଟ୍‌ଲି ହୋଇଥିବାରୁ ସେ ମଧ୍ୟ ହାତରେ କେଟ୍‌ଲି ଧରି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦୃଷ୍ଟିଗୋଚର ହୋଇଥିଲା। ତେବେ ଉଭୟ ପ୍ରାର୍ଥୀଙ୍କ ପ୍ରଚାରରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସହ ଭାଜପା ନେତ୍ରୀ ଓ କର୍ମୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଆଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର...

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମର ଫାଇଲ ଜବତ କଲା ଭିଜିଲାନ୍ସ

କେସିଙ୍ଗା,୨୯ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ଶନିବାର କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର କେସ୍‌ ରେକର୍ଡ ଫାଇଲ ଜବତ...

ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ...

ବନିତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତସପନ

ରାଜକନିକା,୨୯ା୯(ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ। ପ୍ରଶାସନ ଆଢୁଆଳରେ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri