Categories: ବାଣିଜ୍ୟ

ବିଦେଶୀ ମୁଦ୍ରା ଭଣ୍ଡାର ୨.୭୬ ବିଲିୟନ ଡଲାର ବୃଦ୍ଧି

ମୁମ୍ବାଇ: ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ଗୋଲ୍ଡ ରିଜର୍ଭର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବା ସହ ମୁଖ୍ୟ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ଚଳିତ ସପ୍ତାହର ବଜାର କାରବାରକୁ ନେଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇଛି। ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ସାପ୍ତାହିକ ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାରର ପରିମାଣରେ ବୃଦ୍ଧି ଘଟିଛି।

Share