Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେନି ବିଦେଶୀ ଅତିଥି…

ନୂଆଦିଲ୍ଲୀ, ୧୯।୧ : ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀର ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ବିଦେଶୀ ଅତିଥିଙ୍କୁ କରୋନା ଲହରକୁ ଦୃଷ୍ଟିରେ ରଖି ନିମନ୍ତ୍ରଣ କରାଯାଇ ନ ଥିବା କୁହାଯାଉଛି।

ତେବେ ଏହା ପରଦିନ ଜାନୁୟାରୀ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋଧିତ କରିବେ। ସମ୍ମିଳନୀରେ ଖାଜାକିସ୍ତାନ. କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜ୍‌ବେକିସ୍ତାନର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share