ନୂଆଦିଲ୍ଲୀ,୩୦।୬: ବିଦେଶୀ ନିବେଶକଙ୍କୁ ଏକ୍ସଚେଞ୍ଜ୍ ଟ୍ରେଡେଡ୍ କମୋଡିଟିଭ୍ ଡେରିଭେଟିଭ୍ (ଇଟିସିଡି) ବଜାରରେ ଟ୍ରେଡିଂ କରିବା ନେଇ ଅନୁମତି ମିଳିଛି। ବଜାର ରେଗୁଲେଟୋରି ଭାରତୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ (ସେବି) ପକ୍ଷରୁ ଏନେଇ ବୁଧବାର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସେବିର କହିବା ଅନୁସାରେ, ଏଲିଜିବୁଲ୍ ଫରେନ୍ ଏନ୍ଟିଟି (ଇଏଫ୍ଇ)ର ରୁଟ୍କୁ ବନ୍ଦ କରିଦିଆଯାଇଛି। ଇଏଫ୍ଇ ରୁଟ୍ ଅନୁସାରେ ବିଦେଶୀ ନିବେଶକଙ୍କୁ ଏକ୍ସପୋଜର ଇଣ୍ଡିୟନା ଫିଜିକାଲ୍ କମୋଡିଟିଜ୍ରେ ରହିବା ଜରୁରୀ ଅଟେ। ନିୟମ ଅନୁସାରେ, ଏକ୍ସଚେଞ୍ଜ ଟ୍ରେଡେଡ୍ କମୋଡିଟି ଡେରିଭେଟିଭ୍ରେ କାରବାର କରିବାକୁ ଚାହୁଁଥିବା କୌଣସି ବିଦେଶୀ ନିବେଶକ ଇଣ୍ଡିୟନା ଫିଜିକାଲ୍ କମୋଡିଟିଜ୍ ବିନା କାରବାର କରିପାରିବେ। ସେବୀ ପକ୍ଷରୁ କମୋଡିଟି ଡେରିଭେଟିଭ୍ ମାର୍କେଟ୍ର ଗହୀରତା ଏବଂ ଲିକ୍ୱିଡିଟି ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।