Categories: ଜାତୀୟ

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଭର୍ଚୁଆଲି ବିଭିନ୍ନ ଆଲୋଚନାରେ ଯୋଗଦେବେ ବୋଲି ଟୁଇଟ୍‌ କରି କହିଛନ୍ତି। ଜୟଶଙ୍କରଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଜି୭ ବୈଠକରେ ଯୋଗଦେବା ଲାଗି ଲଣ୍ଡନ ଯାଇଥିଲେ। ଦୁଇ ପ୍ରତିନିଧି ପଜିଟିଭ୍‌ ଚିହ୍ନଟ ହେବା ପରେ ବହିର୍ବ୍ୟାପାର ମନ୍ତ୍ରୀ ନିଜକୁ ଆଇସୋଲେଶନରେ ରଖିଛନ୍ତି। ବ୍ରିଟିଶ ନିୟମ ଅନୁଯାୟୀ ସଂକ୍ରମିତ ପ୍ରତିନିଧିଙ୍କୁ ୧୦ ଦିନ ଆଇସୋଲେଶନରେ ରହିବାକୁ ପଡ଼ିବ।

Share