Categories: ଜାତୀୟ

ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୨୨।୯: କାନାଡା ସହିତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେପ୍ଟେମ୍ବର ୨୨-୩୦ମଧ୍ୟରେ ଆମେରିକା ଗସ୍ତରେ ରହିବେ। ସୂଚନାଯୋଗ୍ୟ, ଆମେରିକାରେ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଅଧିବେଶନରେ ଜୟଶଙ୍କର ଯୋଗଦେବେ। ଏଥିସହ ସେ ଆମେରିକାର ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିବେ।

କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୬ରେ ମିଳିତ ଜାତିସଂଘର ୭୮ତମ ଜାତୀୟ ସାଧାରଣ ସଭାର ଉଚ୍ଚ ସ୍ତରୀୟ ଅଧିବେଶନକୁ ଏସ୍‌. ଜୟଶଙ୍କର ସମ୍ବୋଧିତ କରିବେ। ଏଥିସହ ବହିର୍ବ୍ୟାପାର ମନ୍ତ୍ରୀ ମିଳିତ ଜାତିସଂଘର ଏକ ସ୍ବତନ୍ତ୍ର ଅଧିବେଶନ ‘ଇଣ୍ଡିଆ ୟୁଏନ୍‌ ଫର୍‌ ଗ୍ଲୋବାଲ ସାଉଥ’ର ଆୟୋଜନ କରିବେ। ସେ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ ଏବଂ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ମଧ୍ୟ ଭେଟିବେ।

 

Share