ସାଉଦି ଆରବରେ ଭାରତୀୟଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

ରିୟାଦ,୧୧ା୯: ସାଉଦି ଆରବରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ବନ୍ଦେ ଭାରତ ମିଶନ ଅଧୀନରେ ସାରା ବିଶ୍ୱରୁ ଅତି କମ୍‌ରେ ୭ ଲକ୍ଷ ଲୋକଙ୍କୁ ଦେଶକୁ ଅଣାଯାଇଥିଲା। ସେ କହିଛନ୍ତି, ଏହି ମିଶନ ଅଧୀନରେ ଆମେ ବିଶ୍ୱର ୭୦ ଲକ୍ଷ ଭାରତୀୟଙ୍କୁ ଫେରାଇ ଆଣିଛୁ। ଯାହାକି ଏପରି କେହି କରିନାହାନ୍ତି। ଏହା ହେଉଛି ଦୁନିଆର ସବୁଠୁ ବଡ଼ ସ୍ଥାନାନ୍ତର, ଯାହା କୋଭିଡ ସମୟରେ କରାଯାଇଥିଲା। ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱର ଆଖି ଭାରତ ଉପରେ ରହିଛି। ଜୟଶଙ୍କର ଶନିବାର ଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଅଛନ୍ତି।

ବନ୍ଦେ ଭାରତ ମିଶନ କ’ଣ?

କରୋନା ମହାମାରୀ ସମୟରେ ଭ୍ରମଣ ପ୍ରତିବନ୍ଧକ ମଧ୍ୟରେ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ହେଉଛି ସବୁଠାରୁ ବଡ଼ ସ୍ଥାନାନ୍ତର ପ୍ରକ୍ରିୟା। ପ୍ରଥମ ଗଲ୍ଫ ଯୁଦ୍ଧରେ ଇରାକ୍‌ ଏବଂ କୁଏତ ମଧ୍ୟରେ ହୋଇଥିବା ଶତ୍ରୁତାକୁ ଦୃଷ୍ଟିରେ ରଖି ୧୯୯୦ ଦଶକରେ ଗଲ୍ଫ ଅଞ୍ଚଳରୁ ୧,୭୭,୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପରଠାରୁ ଏହି ମିଶନକୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ସବୁଠାରୁ ବଡ଼ ଅଭ୍ୟାସ ବୋଲି ବିବେଚନା କରାଯାଏ।

Share