ବେଜିଂ,୨୬ ।୧୨: ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଓ ମଜଭୁତ ବିକାଶ ପାଇଁ ଭାରତ ସହ କାମ କରିବାକୁ ଚାଇନା ପ୍ରସ୍ତୁତ ରହିଛି । ଦୁଇ ଦେଶ ସେହି ସୀମାବର୍ତ୍ତି ଅଞ୍ଚଳରେ ସ୍ଥିରତା ରକ୍ଷା କରିବାକୁ ରାଜି ଅଛନ୍ତି । ଏଠାରେ ୨୦୨୦ରୁ ଉତ୍ତେଜନା ପରିସ୍ଥିତି ରହିଛି । ୨୦୨୨ରେ ଅନ୍ତରାଷ୍ଟ୍ରିୟ ସ୍ଥିତି ଓ ଚାଇନାର ବୈଦେଶିକ ସମ୍ବନ୍ଧ ଉପରେ ଏକ ସେମିନାରରେ ୱାଙ୍ଗ କହିଛନ୍ତି, ଚାଇନା ଓ ଭାରତ ମଧ୍ୟରେ ରାଜନୈତିକ ଓ ସେନା-ରୁ-ସେନା ଚ୍ୟାନେଲ ମାଧ୍ୟମରେ ସମ୍ପର୍କ ବଜାୟ ରହିଛି । ଉଭୟ ଦେଶ ସୀମାରେ ସ୍ଥିରତା ବଜାୟ ରଖିବାକୁ ରାଜି ଅଛନ୍ତି ।