ବିଦେଶୀ ଖେଳାଳି ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ରାଉରକେଲା,୧୩।୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ଅନେକ ବିଦେଶୀ ଖେଳାଳି ଓଡ଼ିଶା ଆସିଛନ୍ତି। ଏ ନେଇ ରାଉରକେଲା ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ତେବେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ବରୂପ ଖାଇବାକୁ ଦିଆଯିବ। ମିଶନ ଶକ୍ତି ମା’ମାନେ ମାଣ୍ଡିଆ ଖାଦ୍ୟ ପରସିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତ ଥର ‘ଚାଖ ଲେ ମିଲେଟ’ ସ୍ଲୋଗାନ ଦିଆଯାଇଛି। ବିଶ୍ୱସ୍ତରରେ ମାଣ୍ଡିଆକୁ ପରିଚିତ କରିବାକୁ ଏହା ଏକ ଭଲ ସୁଯୋଗ ବୋଲି କୁହାଯାଉଛି।