Categories: ଜାତୀୟ

ଭାରତ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଟିଏ ଦିନରେ ଦୁଇଟି ରାଜ୍ୟ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଆସାମର ସୋନିତପୁର ଜିଲରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ସେ ୨ଟି ହସ୍ପିଟାଲ ବିଶ୍ୱନାଥ ଓ ଚରାଇଦେବରେ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ‘ଆସାମ ମାଳା’ କାର୍ଯ୍ୟକ୍ରମ ମଧ୍ୟ ଲଞ୍ଚ କରିଛନ୍ତି ଓ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଭାରତ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଏବେ କଛି ତଥ୍ୟ ସାମ୍ନାକୁ ଆସିଛି ଯେଉଁଥିରୁ ଜଣାପଡିଛି କି ଭାରତ ବିରୋଧୀ ଲୋକ ଭାରତର ଚା’ ଓ ଏହାସହ ଜଡିତ ରାଷ୍ଟ୍ରର ଛବିକୁ ଖରାପ କରିବାକୁ ପ୍ରୟାସ କରୁଛନ୍ତି । ଏହିଭଳି ଲୋକଙ୍କୁ ଆମର ଏବେ ଜବାବ ଦେବାର ସମୟ ଆସିଛି । ଏହିଭଳି ଲୋକ ବହୁ ତଳକୁ ଖସି ଯାଇଛନ୍ତି ବୋଲି ମୋଦି କହିଛନ୍ତି । ଏବେ ଆସାମର ଉନ୍ନତି ଦିଗରେ ଧ୍ୟାନ ଦିଆଯାଉଛି । ଆସନ୍ତା ୧୫ ବର୍ଷ ମଧ୍ୟରେ ଆସାମର ସମସ୍ତ ଗାଁକୁ ସଡ଼କ ପଥ ଦ୍ୱାରା ସହର ସହ ଯୋଡି ଦିଆଯିବ । ଏସବୁ ଆସାମ ମେଳା ପରିଯୋଜନାରେ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୋଟିଏ ଥର କନେକ୍ଟିଭିଟି ସୁବିଧା ହୋଇଗଲେ ବ୍ୟବସାୟ, ଉଦ୍ଦ୍ୟୋଗ, ପର୍ଯ୍ୟଟନ ସବୁରେ ଉନ୍ନତି ହେବ । ଏହା ରାଜ୍ୟର ଯୁବବର୍ଗଙ୍କୁ ରୋଜଗାରର ବାଟ ଦେଖାଇବ ।

Share