ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ ଲଦାଖର ଲାଇନ ଅଫ ଆକ୍ଚୁଆ କଣ୍ଟ୍ରୋଲ (ଏଲଏସି) ସଂଘର୍ଷ ପଏଣ୍ଟରୁ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ ସହମତ ହୋଇଛନ୍ତି। ହେଲେ ବୈଦେଶିକ ଜି -୨୦ ଶିଖର ସମ୍ମିଳନୀରେ ସି ଜିନପିଙ୍ଗ୍‌ଙ୍କ ସାମିଲ ହେବା ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି। ତେବେ ଜିନପିଙ୍ଗ୍‌ ସାମିଲ ହେବେ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।

 

Share