ଲଣ୍ଡନ,୨୮।୧ : ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ବ୍ରିଟେନରେ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଅଭାବକୁ ପୂରଣ କରିବା ପାଇଁ ଅଧିକ ପାର୍ଟ ଟାଇମ ଚାକିରି ଅନୁମୋଦନ ହୋଇପାରେ। ଖବର ଅନୁଯାୟୀ, ବର୍ତ୍ତମାନ ବ୍ରିଟେନରେ ପ୍ରାୟ ୬୮୦,୦୦୦ ବିଦେଶୀ ଛାତ୍ରୀଛାତ୍ର ଅଛନ୍ତି। ସେମାନଙ୍କୁ ସପ୍ତାହରେ ସର୍ବାଧିକ ୨୦ ଘଣ୍ଟା କାମ କରିବାକୁ ଅନୁମତି ପାଇଛନ୍ତି। ତେବେ ଦେଶୀ ଅର୍ଥନୀତିକୁ ବୃଦ୍ଧି କରିବାକୁ ସରକାର କାର୍ଯ୍ୟ ସମୟକୁ ୨୦ ଘଣ୍ଟାରୁ ୩୦ ଘଣ୍ଟାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି।
ଗତ ବର୍ଷ ବ୍ରିଟେନରେ ପହଞ୍ଚିଥିବା୧.୧ ମିଲିୟନ ପ୍ରବାସୀଙ୍କ ମଧ୍ୟରୁ ୪.୭୬ ନିୟୁତ ବିଦେଶୀ ଛାତ୍ରୀଛାତ୍ର ଥିଲେ। ସେମାନଙ୍କ ମଧ୍ୟରେ ୧ ଲକ୍ଷ ୬୧ ହଜାର ଭାରତୀୟ ଛାତ୍ରୀଛାତ୍ର ଥିଲେ। ତେଣୁ ବ୍ରିଟେନକୁ ଆସୁଥିବା ବିଦେଶୀ ଛାତ୍ରମାନଙ୍କ ପାଇଁ ଭାରତ ସବୁଠାରୁ ବଡ ଉତ୍ସ ହୋଇପାରିଛି। ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କହିବାନୁସାରେ, ଦେଶରେ ପ୍ରାୟ ୧.୩ ମିଲିୟନ ପଦବୀ ଖାଲି ପଡ଼ିଛି, ଯାହା ମହାମାରୀର ପୂର୍ବ ଅପେକ୍ଷା ପ୍ରାୟ ୫ ଲକ୍ଷ ଅଧିକ। ସୂତ୍ରରୁ ପ୍ରକାଶ ଯେ ବ୍ୟବସାୟ କ୍ଷେତ୍ରରେ ଶ୍ରମିକମାନଙ୍କର ଅଭାବ ରହିଛି। ଏହାର ମୁକାବିଲା ପାଇଁ, ବିଦେଶୀ ଛାତ୍ରୀଛାତ୍ରମାନଙ୍କ କାର୍ଯ୍ୟ ସମୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ବିଚାର କରାଯାଉଛି। ତଥାପି, ଏବେ ଏହି ପ୍ରକ୍ରିୟା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।