ଟ୍ରମ୍ପ୍‌ ପ୍ରଶାସନର ବିଦେଶୀ ଛାତ୍ର ଭିଜା ନିୟମକୁ ବିରୋଧ

ଓ୍ବାଶିଂଟନ,୯ା୭: ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରସ୍ତାବିତ ନୂଆ ଭିଜା ନିୟମକୁ ବିରୋଧ କରି ହାର୍ଭାର୍ଡ ୟୁନିଭର୍ସିଟି ଏବଂ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏମ୍‌ଆଇଟି) ବୁଧବାର ବୋଷ୍ଟନ କୋର୍ଟରେ ପିଟିଶନ ଦାଏର କରିଛନ୍ତି। ବିବାଦୀୟ ନିୟମକୁ କୋହଳ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏହା ଏକ ଅସ୍ଥାୟୀ ପଦକ୍ଷେପ ଏବଂ ଏହା ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ବାଧ୍ୟ କରିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ନିର୍ଦ୍ଦେଶନାମାକୁ ସାମୟିକ ଭାବେ ସ୍ଥଗିତ ରଖିବା ସହ ଅନ୍‌ଲାଇନ ପାଠ ପଢ଼ାଉଥିବା ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବାକୁ ନ ଦେବା ଲାଗି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଓ ଇମିଗ୍ରେଶନ ଓ କଷ୍ଟୁମ୍‌ସ ଏନ୍‌ଫୋର୍ସମେଣ୍ଟକୁ ସ୍ଥାୟୀ ନିର୍ଦ୍ଦେଶ ଦେବା ଲାଗି ଦୁଇ ଶିକ୍ଷାନୁଷ୍ଠାନ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।

Share